ବିପଦ ସଙ୍କେତ ପାଖରେ ବଂଶଧାରା

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ଉପରମୁଣ୍ଡରେ ବର୍ଷା କମିଛି । ତଥାପି ଗୁଣପୁରଠାରେ ବିପଦ ସଂକେତ ପାଖରେ ରହିଛି ବଂଶଧାରା । । ସତର୍କ ସଙ୍କେତ ପାରି ହୋଇଯାଇଛି । ବିପଦ ସଂକେତ ୮୪ ମିଟର ଥିବା ବେଳେ ଆଜି ସନ୍ଧ୍ୟାରେ ଜଳସ୍ତର ୮୩. ୫ମିଟର ରହିଛି । ତେବେ ଗୁଡାରୀ, ଚନ୍ଦ୍ରପୁର ସମେତ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ସେତେଟା ନଥିବାରୁ ବଂଶଧାରାରେ ବନ୍ୟା ପରିସ୍ଥିତିକୁ ନେଇ କୌଣସି ବିପଦନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଆଜି ସକାଳେ ଗୁଣପୁର ତଥା ଆଖପାଖ ଅଞ୍ଚଳରେ ବର୍ଷା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ବଂଶଧାରା ଜଳସ୍ତର ମଧ୍ୟ କମ୍ ରହିଥିଲା । କିନ୍ତୁ ଅପରାହ୍ନରେ ୨ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ପରେ ଛୋଟ ଛୋଟ ପାହାଡିଆ ନାଳର ପାଣି ଆସି ନଦୀରେ ମିଶିିଥିଲା । ବଡନାଳ ଡ୍ୟାମ୍ର ଗୋଟିଏ ଗେଟ୍ ଦେଇ ସେକେଣ୍ଡ ପିଛା ୪୦ ଘନମିଟର ଜଳ ନିଷ୍କାସିତ ହେଉଛି । ଏସବୁ କାରଣରୁ ସନ୍ଧ୍ୟାରେ ଗୁଣପୁରଠାରେ ଜଳସ୍ତର ୮୩.୦୫ ମିଟରରେ ପହଞ୍ଚିଛି । ଏଠାରେ ସତର୍କ ସଙ୍କେତ ୮୩ ଓ ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ଆଜି ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହେବା ପରେ ପ୍ରଶାସନ ସଜାଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons