ବିପନ୍ନଙ୍କୁ ଭାରରେ ବୋହିଲେ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବା ଆଗରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ କିପରି ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ ତା’ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଏଥିଲାଗି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତପôର ରହିଛି । ବଡ଼ କଥା ହେଲା, ଏହି ସ୍ଥାନାନ୍ତର ପ୍ରକ୍ରିୟାରେ କୌଣସି କାମକୁ ଛୋଟ ନମଣି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ପୁଲିସ ଅଧିକାରୀ ଓ ଶିକ୍ଷକ । ପୁଲିସର କାର୍ଯ୍ୟ ଯେ କେବଳ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଭିତରେ ସୀମିତ ନୁହେଁ, ଏଥିସହ ସାମାଜିକ ଦାୟିତ୍ୱବୋଧ ମଧ୍ୟ ରହିଛି, ତାହା ପ୍ରମାଣ କରି ଦେଖାଇଛି ରାଜନଗର ପୁଲିସ ।
ରାଜନଗର ବ୍ଲକ୍ ଅଧୀନ ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ୍ ନିଜ ଜୀବନକୁ ବାଜି ଲଗାଇ ବାତ୍ୟା ପୂର୍ବରୁ ବିଚ୍ଛିନ୍ନାଞ୍ଚଳରେ ପହଞ୍ଚି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ଖାଲି ପାଦରେ ଦୁର୍ଗମ ଅଞ୍ଚଳରେ ଚାଲିଚାଲି ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ଏପରିକି ଶ୍ରୀ ବାରିକ୍ ବାଘମାରି ପଞ୍ଚାୟତ ଅମରାବତୀର ଜଣେ ୯୧ ବର୍ଷୀୟା ବୃଦ୍ଧାଙ୍କୁ ଭାରରେ ବୋହି ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ତାଳଚୁଆ ପଞ୍ଚାୟତରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଥିଲା ବେଳେ ସେ ଅନ୍ୟମାନଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ତଳିଆ ଅଞ୍ଚଳ, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ତଥା ଚାଳଛପର ଘରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଣି ଛାଡ଼ିଥିଲେ । କେବଳ ତାଳଚୁଆ ଆଇଆଇସି ନୁହଁନ୍ତି, ରାଜନଗର ଆଇଆଇସି ତପନ ନାୟକ ମଧ୍ୟ ପ୍ର୍ରତିକୂଳ ପରିସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚିଥିଲେ । ବିପନ୍ନଙ୍କୁ ଉଦ୍ଧାର କରିବା ସହ ଆଶ୍ରୟସ୍ଥଳୀରେ ସେମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ । ଏଥିସହ ଉଭୟ ଥାନା ଅଧିକାରୀ କରୋନା ସଚେତନତା ବାର୍ତ୍ତା ପ୍ରଚାର କରି କୋଭିଡ୍ ଗାଇଡ୍ଲାଇନ୍ ଓ ସାମାଜିକ ଦୂରତ୍ୱ କଥା ବୁଝାଇଥିଲେ । ସମସ୍ତ ବିପନ୍ନଙ୍କୁ ମାସ୍କ ପିନ୍ଧିବାକୁ କହିବା ସହ ସାବୁନ ବା ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ଝଡ଼ବର୍ଷା, ପବନରେ ନିଜ ଜୀବନକୁ ବାଜି ଲଗାଇ ଜଣେ ସ୍କୁଲ ଶିକ୍ଷକ ମଧ୍ୟ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସମ୍ପୃକ୍ତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ରାଜନଗର ବ୍ଲକ୍ ଅଧୀନ ରଙ୍ଗିଣୀ-ଉତ୍ତରଭେକ୍ଟା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଜୟ ମହାରଣା ବାତ୍ୟା ପୂର୍ବରୁ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ମାନବିକତାର ପରିଚୟ ଦେଇଛନ୍ତି । ଭେକ୍ଟା ଗ୍ରାମର ବୃଦ୍ଧ, ବୃଦ୍ଧା ଓ ଅସହାୟମାନଙ୍କୁ ସେ ଭାରରେ ବୋହି ସୁରକ୍ଷିତ ସ୍ଥାନକୁ ନେଇ ଆସୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons