ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା, ବନ୍ୟା, ଭୂକମ୍ପ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନ ସୁରକ୍ଷା ଓ ଉଦ୍ଧାର ପାଇଁ ବ୍ୟାପକ ଯୋଜନା ରହିଛି । ହେଲେ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଐତିହ୍ୟ କୀର୍ତ୍ତିରାଜି ପାଇଁ ଏଯାଏଁ କିଛି ବି ବ୍ୟବସ୍ଥା ନାହିଁ । ଯଦି ଭୂକମ୍ପ, ବାତ୍ୟା କିମ୍ବା ବନ୍ୟାରେ ପୁରାତନ ମନ୍ଦିର ଭୁଶୁଡ଼ି ପଡେ଼, ତେବେ କେମିତି ଐତିହ୍ୟ କୀର୍ତ୍ତିରାଜର ସୁରକ୍ଷା କରାଯିବ? କେଉଁ ଢଙ୍ଗରେ ପୁରାତନ ପଥରକୁ ସଂରକ୍ଷିତ ରଖାଯିବ? ଏ ନେଇଆସିବ ସ୍ୱତନ୍ତ୍ର ଗାଇଡଲାଇନ୍, ତାହା ପୁଣିଆନ୍ତର୍ଜାତିକ ମାନର ।
ଆସନ୍ତାକାଲିଠାରୁ ଓଡ଼ିଶାରେଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ବିମଷ୍ଟେକ୍ ବିପର୍ଯ୍ୟୟ ପରିଚାଳନାଅଭ୍ୟାସ । ଏଥିରେ ଭାରତ ସମେତ ବାଂଲାଦେଶ, ନେପାଳ, ମିଆଁମାର, ଶ୍ରୀଲଙ୍କା ଭାଗ ନେବେ ।ଆସନ୍ତାକାଲି ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଏହା ପରେ ବୁଧବାର ରାମଚଣ୍ଡୀରେ ହେବ ୫ ଦେଶର ଉଦ୍ଧାରକାରୀ ଟିମ୍ର ମିଳିତ ବିପର୍ଯ୍ୟୟ ପରିଚାଳନାଅଭ୍ୟାସ ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନଡିଆରଏଫ୍ର ମହାନିଦେ୍ର୍ଧଶକ (ଡିଜି) ସତ୍ୟନାରାୟଣ ପ୍ରଧାନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏ ନେଇ ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମାଡ଼ରେ ନଷ୍ଟ ହେଉଥିବା ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଉଛି । ଭାରତରେ ଓ ବିଶେଷ କରି ଓଡ଼ିଶାରେ ବହୁ ସଂଖ୍ୟାରେ ପ୍ରାଚୀନ କୀର୍ତ୍ତିରାଜିଅଛି । ପ୍ରାକୃତିକ ବିପର୍ଯ୍ୟୟରେ ଏହା କ୍ଷତିଗ୍ରସ୍ତ ହେଲେ ମଧ୍ୟ ଯେପରି ସମ୍ପୂର୍ଣ୍ଣ ନଷ୍ଟ ନ ହୁଏ, ସେ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ । ୨୦୧୫ରେ ନେପାଳରେ ଭୟାନକ ଭୂକମ୍ପଆସିଥିଲା । ସେତେବେଳେ ବହୁ ପୁରାତନ ମନ୍ଦିର ଭୁଶୁଡ଼ି ପଡ଼ିଥିଲା । ସେତେବେଳେ ଲକ୍ଷ୍ୟ କରାଗଲା, ଭଗ୍ନ କୀର୍ତ୍ତିରାଜିକୁ ଯେମିତି ସଂଗ୍ରହ କରି ସଂରକ୍ଷିତ କରିବା କଥା, ତାହା କରାଗଲାନି । ତେଣୁ ଏ ନେଇଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଜାତୀୟ ଓଆନ୍ତର୍ଜାତିିକ ସମ୍ପତ୍ତି ଭଳି ଏହାକୁ ସୁରକ୍ଷା କରିବାକୁ ହେବ । ଏ ନେଇ ୫ଟି ଦେଶର ବିପର୍ଯ୍ୟୟ ଉଦ୍ଧାରକାରୀ ଟିମ୍ ରାମଚଣ୍ଡୀରେ ହେବାକୁ ଥିବାଅଭ୍ୟାସ (ମକ୍ ଡ୍ରିଲ୍)ରେ ମିଳିିତ ଭାବେ ନିଜ ନିଜ କୌଶଳ ପ୍ରୟୋଗ କରି ଐତିହ୍ୟ ସଂରକ୍ଷଣ କରିବେ । ରାମଚଣ୍ଡୀରେ ପାଣି ଭିତରେ କୋଣାର୍କ ମନ୍ଦିରର ଏକଅବିକଳ ପ୍ରତିକୃତି କରାଯାଇଛି । ବୁଧବାର ଦିନ ତମାମ ସେଠାରେ ଐତିହ୍ୟ କୀର୍ତ୍ତିରାଜି ଉଦ୍ଧାର କାର୍ଯ୍ୟ ଚାଲିବ । ଏଥିରେ ୪୦ରୁଅଧିକ ବୋଟ୍ ନିୟୋଜିତ ହେବ । ହେଲିକପ୍ଟର ମଧ୍ୟ ବ୍ୟବହାର କରାଯିବ । କୋଣାର୍କ ଢାଞ୍ଚାରଅବିକଳ ପ୍ରତିକୃତିର କୀର୍ତ୍ତିରାଜିକୁ ରକ୍ଷା କରିବା ପାଇଁ ମକ୍ ଡି୍ରଲ୍ରେ ପ୍ରୟାସ କରାଯିବ । ଏହି ମିଳିତଅଭ୍ୟାସରୁ ଯାହା ନିର୍ଯାସ ବାହାରିବ, ତାହାକୁ ଇନଟାକ୍ ଓ ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ଷ୍ଟଡିଅଫ୍ ଦି ପ୍ରିଜରଭେସନଆଣ୍ଡ୍ ରିଷ୍ଟୋରେସନଅଫ୍ କଲ୍ଚୁରାଲ୍ ପ୍ରପଟିଅନୁଧ୍ୟାନ କରିଆନ୍ତର୍ଜାତିକ ମାନର ଗାଇଡ୍ଲାଇନ୍ ପ୍ରସ୍ତୁତ କରିବେ । ଏହାକୁଆଧାର କରି ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟଅଥରିଟି (ଏନ୍ଡିଏମଏ)ଗାଇଡଲାଇନ୍ ପ୍ରସ୍ତୁତ କରିବ । ପରବର୍ତ୍ତୀ ସମୟରେ ତା’କୁ ନେଇ ବିଭିନ୍ନ ରାଜ୍ୟ ଗାଇଡଲାଇନ୍ ପ୍ରସ୍ତୁତ କରିବେ ।
ଆସନ୍ତାକାଲି ହୋଟେଲ ମେ’ ଫେୟାରରେ ବିମ୍ଷ୍ଟେକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ତା’ ପରଦିନ ରାମଚଣ୍ଡୀରେଅଭ୍ୟାସ କରାଯିବ । ଏଥିରେ ୫ଟି ଦେଶର ଉଦ୍ଧାରକାରୀ ଟିମ୍ ସହ ୟୁଏନଡିପି,ଅନ୍ତର୍ଜାତୀୟ ସନ୍ଧାନକାରୀ ଓ ଉଦ୍ଧାରକାରୀ ସମୁହ (ଇନ୍ ସରାଗ),ଆଇସିସିଆରଓଏମ୍, ଇନଟାକ, ଏଏସ୍ଆଇ, ଭାରତୀୟ ପାଣିପାଗ ବିଭାଗ, ଏନଡିଆରଏଫ, ଓଡ୍ରାଫ୍ ପ୍ରମୁଖ ସଂସ୍ଥା ଯୋଗ ଦେବେ । ଏହା ପୂର୍ବରୁ ପ୍ରଥମ ବିମଷ୍ଟେକ ୨୦୧୭ରେ ଯମୁନାରେ କରାଯାଇଥିଲା ।
Comments are closed, but trackbacks and pingbacks are open.