
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘ପୂର୍ବ ପ୍ରସ୍ତୁତି ଯେମିତି, ବିପର୍ଯ୍ୟୟ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର ମଧ୍ୟ ସେମିତି । ପ୍ରାକୃତିକ ବିପର୍ଯ୍ୟୟର କେମିତି ସଫଳ ମୁକାବିଲା କରାଯାଏ ତାହାର ଉଦାହରଣ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ବିପାକର ମୁକାବିଲା କରି ମୂଲ୍ୟବାନ ମଣିଷ ଜୀବନକୁ କେମିତ ସୁରକ୍ଷିତ କରିହେବ ବିଶ୍ୱ ସମୁଦାୟ ଏ କୌଶଳ ତାଙ୍କଠାରୁ ଶିଖିବା ଦରକାର ।’
ବିଶ୍ୱର ଦୁର୍ବିପାକ ପ୍ରବଣ ଦେଶଗୁଡ଼ିକୁ ମିଳିତ ଜାତିସଂଘ ଏମିତି ପରାମର୍ଶ ଦେଇଛି । ନବୀନଙ୍କୁ ଢେର ପ୍ରଶଂସା ମଧ୍ୟ କରିଛି । ୨୦୧୩ରେ ବାତ୍ୟା ‘ଫାଇଲିନ୍’ର ସଫଳ ମୁକାବିଲା କରି ଜାତିସଂଘର ପ୍ରଶଂସା ସାଉଁଟିଥିବା ନବୀନଙ୍କୁ ‘ୟାସ୍’ର ସଫଳ ପରିଚାଳନା ପାଇଁ ପୁଣି ମିଳିଛି ପ୍ରଶଂସା । କେବଳ ଜାତିସଂଘ ନୁହେଁ ଦେଶ ବିଦେଶର ବହୁ ଜଣାଶୁଣା ନାମୀ ବ୍ୟକ୍ତି ମଧ୍ୟ ନବୀନଙ୍କ ପ୍ରଶଂସାରେ ଏବେ ଶତମୁଖ ।
ସାମୁଦ୍ରିକ ଝଡ଼ ‘ୟାସ୍’ ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିଲା । ମାତ୍ର ଏହି ବାତ୍ୟାକୁ ରାଜ୍ୟ ସରକାର ବେଶ ସଫଳତାର ସହ ପରିଚାଳନା କରିପାରିଛନ୍ତି । ଏ ନେଇ ମିଳିତ ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ମୁଖ୍ୟ ମାମି ମିଜୁତରି କହିଛନ୍ତି, ବିପର୍ଯ୍ୟୟ କେତେ ଭୟଙ୍କର ହେଉନା କାହିଁକି ତା’କୁ ଠିକଣା ଭାବେ ପରିଚାଳନା କରିବାକୁ ଦୃଢ଼ ରାଜନୈତିକ ଇଛାଶକ୍ତି ଆବଶ୍ୟକ । ଏମିତି ଇଛାଶକ୍ତି ଦେଖାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ମଡେଲ କରିପାରିଛନ୍ତି । ଦୁର୍ବିପାକ ମୁକାବିଲା ପାଇଁ ନିÂାର ସହ ପୂର୍ବ ପ୍ରସ୍ତୁତି ସହ ବିପର୍ଯ୍ୟୟ ପରେ ଜନଜୀବନକୁ ସ୍ୱାଭାବିକ କରିବାକୁ ଓଡ଼ିଶା ଯେଉଁ ପଦ୍ଧତି ଆପଣାଉଛି ତାହା ବାସ୍ତବିକ ପ୍ରଶଂସନୀୟ । ଏ ମୁକାବିଲାରେ ଜନସାଧାରଣଙ୍କ ଭାଗିଦାରିତା ରହିବା ହେଉଛି ସବୁଠାରୁ ବଡ଼ କଥା ।
ମିଜୁତରି ଦର୍ଶାଇଛନ୍ତି, ୧୯୯୯ ମହାବାତ୍ୟା ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା । ପ୍ରାୟ ୧୦ ହଜାର ଲୋକ ଏଥିରେ ମୃତୁ୍ୟବରଣ କରିଥିଲେ । ଏହାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ନବୀନ । ମହାବାତ୍ୟାରେ ଧନଜୀବନ କ୍ଷୟକ୍ଷତିକୁ ଦେଖି ଭବିଷ୍ୟତରେ ଆସିବାକୁ ଥିବା ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟର ମୁକାବିଲା କରିବାକୁ ସେ ଇଛାଶକ୍ତି ଦେଖାଇ ଅନେକଗୁଡ଼ିଏ ପଦକ୍ଷେପ ନେଇଥିଲେ । ଯାହାର ସୁଫଳ ଆଜି ଓଡ଼ିଶା ପାଉଛି । ଗୋଟିଏ ପରେ ଗୋଟିଏ ବାତ୍ୟା ଆସିଲାଣି, ମାତ୍ର ବାତ୍ୟା ମୁକାବିଲା ଦୃଢ଼ ପ୍ରସ୍ତୁତି ଓ ଭିତ୍ତିଭୂମି କାରଣରୁ ଧନଜୀବନ ବିଶେଷ ଭାବେ ପ୍ରଭାବିତ ହେଉନାହିଁ ।
କେବଳ ବାତ୍ୟା କି ବିପର୍ଯ୍ୟୟ ନୁହେଁ କରୋନା ମହାମାରୀକୁ ମଧ୍ୟ ଓଡ଼ିଶା ଠିକଣା ଭାବେ ପରିଚାଳନା କରିବାରେ ସକ୍ଷମ ହୋଇଛି । ୨୦୨୦ ମାର୍ଚ୍ଚରେ ଓଡ଼ିଶା ଅନ୍ୟ ରାଜ୍ୟଠୁ ଆଗୁଆ କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲା । ଲକଡାଉନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦେଇଥିଲା । ପ୍ରଥମ ଲହରରେ ଓଡ଼ିଶା କରୋନା ମୁକାବିଲାରେ ମଡେଲ ସୃଷ୍ଟି କରିଥିଲା । ଭିତ୍ତିଭୂମି ସୁଦୃଢ଼ କାରଣରୁ ଓ ସମୟୋପଯୋଗୀ ପଦକ୍ଷେପ କାରଣରୁ ଦ୍ୱିତୀୟ ଲହରରେ ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ଯଥେଷ୍ଟ କମ୍ ରହିଛି ବୋଲି ଜାତିସଂଘ ଅଧିକାରୀ ଦର୍ଶାଇବା ସହ ନବୀନଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ।
ନବୀନଙ୍କ ଏଭଳି ବିପର୍ଯ୍ୟୟ ମୁକାବିଲା ଶୈଳୀକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି । ନିକଟରେ ‘ୟାସ୍’ ମୁକାବିଲାରେ ଓଡ଼ିଶା ସଫଳ ହୋଇଛି । ଆଗକୁ ପ୍ରତିଟି ବିପର୍ଯ୍ୟୟ ମୁକାବିଲା କରିବାକୁ ରାଜ୍ୟ ପ୍ରତି ଘରୁ ଯୋଦ୍ଧା ତିଆରି କରିବା ଏବଂ ପାଠ୍ୟକ୍ରମରେ ସାମିଲ କରିବାକୁ ସଂକଳ୍ପ ନେଇଛି । ଏହାକୁ ଶ୍ରୀ ମହିନ୍ଦ୍ରା ବେଶ୍ ପ୍ରଶଂସା କରି ଟ୍ୱିଟ୍ରେ ଦର୍ଶାଇଛନ୍ତି, ସମଗ୍ର ବିଶ୍ୱରେ ପ୍ରକୃତି ଯେତେବେଳେ ମଣିଷ ସମାଜ ପାଇଁ ପ୍ରତିକୂଳ ସାଜିଛି, ମୁକାବିଲା ପାଇଁ ନବୀନଙ୍କ ନେତୃତ୍ୱରୁ ଅନେକ କିଛି ଶିଖିବାର ଅଛି । ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ମଧ୍ୟ ଓଡିଶା ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପର ପ୍ରଶଂସା କରିଛନ୍ତି । ସେ ଦର୍ଶାଇଛନ୍ତି, ୧୯୯୯ ମହାବାତ୍ୟାରେ ଓଡ଼ିଶା ବହୁତ କିଛି ହରାଇଥିଲା । ପରବର୍ତ୍ତୀ ସମୟରେ ବିପର୍ଯ୍ୟ ମୁକାବିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର କଲେ । ଏବେ ଅନ୍ୟ ରାଜ୍ୟମାନେ ଏହାକୁ ଅନୁକରଣ କରିବାରେ ଲାଗିଛନ୍ତି । ଜାତିସଂଘ ନବୀନ ଓ ଓଡ଼ିଶାକୁ ପ୍ରଶଂସା କରିବା ପରେ ଦଳ ମତ ନିର୍ବିଶେଷରେ ବିଭିନ୍ନ ମହଲରୁ ନବୀନଙ୍କୁ ପ୍ରଶଂସାର ସୁଅ ଛୁଟିଛି ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଉପକୂଳରେ ଫାଇଲିନ୍, ହୁଡହୁଡ, ତିତିଲି, ଫୋନି, ଅମ୍ଫନ ଓ ୟାସ୍ ଭଳି ବାତ୍ୟା ମାଡ଼ ହୋଇଛି । ମାତ୍ର ଓଡ଼ିଶା ପ୍ରତିଟି ଦୁର୍ବିପାକକୁ ବେଶ ଦମ୍ଭର ସହ ମୁକାବିଲା କରିପାରିଛି । ଏଥିପାଇଁ ନିରନ୍ତର ପ୍ରଚେଷ୍ଟା, ଦୀର୍ଘମିଆଦି ରଣନୀତି ସହ ନବୀନ ଯୋଜନାବଦ୍ଧ ଭିତ୍ତିଭୂମିର ବିକାଶକୁ ନବୀନ ତାଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ (୨୦୦୦ ମସିହା)ରୁ ଗୁରୁତ୍ୱ ଦେଇ ଆସିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ ଏହାକୁ ଦୁର୍ବିପାକ ପରିଚାଳନାର ମନ୍ତ୍ର ଭାବେ ନେଇଛନ୍ତି ନବୀନ । ତେଣୁ ଯେ କୌଣସି ଦୁର୍ବିପାକ ପୂର୍ବରୁ ବିପଦସଂକୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ହୋଇଛି । ବାତ୍ୟା ପରେ ରିଲିଫ ଓ ପୁନରୁଦ୍ଧାର କାମ ପାଇଁ ଓଡ୍ରାଫ ଗଠନ ସହ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରାଯାଇଛି । ବିପର୍ଯ୍ୟୟ ମୁକାବିଲାରେ ସରକାରୀ କର୍ମଚାରୀଙ୍କ ସହ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର ସଦସ୍ୟା, ଆଶା, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ଗୋÂୀ ସଂଗଠନ ସହଯୋଗ କରୁଛନ୍ତି । ଏଥିପାଇଁ ମାନବ ସମ୍ବଳକୁ ଉପଯୁକ୍ତ ତାଲିମ ସହ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ମହଜୁଦ ରଖାଯାଇଛି । ଏମିତି ସମୟ ଆସିଛି, ଓଡ଼ିଶା ଆଜି କେବଳ ଆନ୍ତର୍ଜାତିକସ୍ତରରେ ଯେ ବିପର୍ଯ୍ୟୟ ମୁକାବିଲାରେ ‘ବେଞ୍ଚ ମାର୍କ’ ପ୍ରତିÂା କରିଛି ତା ନୁହେଁ, ଦେଶର ଅନ୍ୟ ରାଜ୍ୟର ବିପର୍ଯ୍ୟୟ ସମୟରେ ଓଡ଼ିଶା ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସହଯୋଗ କରିପାରୁଛି । ଏହା କେବଳ ନବୀନଙ୍କ ପ୍ରେରଣାଦାୟୀ ନେତୃତ୍ୱ ଓ ଇଛାଶକ୍ତିର ଫଳ ବୋଲି ଜାତିସଂଘର ମତ ।
Comments are closed, but trackbacks and pingbacks are open.