ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଗିରଫ

Get real time updates directly on you device, subscribe now.

ଖୋର୍ଦ୍ଧା : ଗ୍ରାମାଞ୍ଚଳରେ ବଢି ବଢି ଚାଲିଛି ଗଞ୍ଜେଇ କାରାବାର । ଏଥିରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଚଢାଉ କରିଥିଲା । ବିପୁଳ ପରିମାଣର ଗଞ୍ଜେଇ ଓ ଏକ କାରକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଅସରଳାରୁ ବିଭିନ୍ନ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୂର୍ବରୁ ଅବକାରୀ ବିଭାଗକୁ ଖବର ମିଳିଥିଲା । ତେବେ ଆଜି ଅସରଳା ଗ୍ରାମରେ ଚଢାଉ କରି ୭୫ କେଜି ଗଞ୍ଜେଇ ନଗଦ ୨ ଲକ୍ଷ ୬ ହଜାର ଟଙ୍କା ଓ ଏକ କାର୍ ଜବତ କରିଛି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons