ବ୍ରହ୍ମପୁର: କରୋନା ପାଇଁ ସାରାଦେଶରେ ଲକ୍ଡାଉନ୍ ଜାରି କରାଯାଇଛି । ଲକ୍ଡାଉନ୍ ସମୟରେ କିଛି ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି । ତେବେ କଟକଣା ଜାରି ସତ୍ତ୍ୱେ ଚୋରା ମଦ କାରବାର ଚାଲିଛି । ଯାହାର ସୂଚନା ଗଞ୍ଜାମ ପେଲିସ ନିକଟରେ ପହଞ୍ଚିଥିଲା । ପୋଲିସ ଖବର ପାଇବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଚଢାଉ କରିଥିଲା ।
ସୂଚନାଯୋଗ୍ୟ ଯେ, ଚୋର ମଦ କାରବାର ନେଇ ଗଞ୍ଜାମ ପୋଲିସ ଚଢାଉ କରିଛି । ପୋଲିସର ଏହି ଚଢାଉ ସମୟରେ ପୋଲିସକୁ ବଡଧରଣର ମଦ ଜବତ କରିଛି । ବେଆଇନ୍ ଭାବେ ଚାଲିଥିବା ମଦ କାରବାରରେ ଚଢାଉ ମାରିଛି ପୋଲିସ । ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ୍, ଗାଙ୍ଗପୁର ଥାନା ଅଞ୍ଚଳରେ ଚଢାଉ କରିଛି ପୋଲିସ । ପୋଲିସର ଏହି ଚଢାଉରେ ୧୨୮୨ ଲିଟର ମଦ ଜବତ, ୧୨ ଗିରଫ କରାଯାଇଛି । ଏହାସହିତ ୧୧,୬୫୦ ଲିଟର ପୋଚ ମଧ୍ୟ ନଷ୍ଟ କରିଛି ପୋଲିସ ।
Comments are closed, but trackbacks and pingbacks are open.