କଟକ: ଲକ୍ଡାଉନ୍ ବେଳେ ମଦ କଳାବଜାର ଥମିବାର ନାଁ ନେଉନି । ଓଲଟି ଦିନକୁ ଦିନ ବଢ଼ିଚାଲିଛି । ମଦ କଳାବଜାର ରୋକିବାକୁ କମିଶନରେଟ୍ ପୋଲିସ ମାରାଥନ୍ ଚଢ଼ଉ ଜାରି ରଖିଛି । ଏହି ଚୋରା ମଦ କାରବାର କରି ଜଣେ ଯୁବକ ଗିରଫ ହୋଇଛି। କୁଇକ୍ ଆକ୍ସନ ଟିମ୍ ଓ ଚାଉଳିଆଞ୍ଜ ଥାନା ପୁଲିସ୍ ମିଳିତ ଭାବେ ଚଢ଼ଉ କରି ବେପାରି ଠାରୁ ୨୦ ବୋତଲ ବିୟର ଜବତ ହୋଇଛି । ଏହାଛଡ଼ା ମଦ ବେପାରରେ ବ୍ୟବହୃତ ଏକ ବାଇକ ( ଓଡି୦୫ ଏ ୬୬୯୧)କୁ ମଧ୍ୟ ଜବତ କରିଛି ପୁଲିସ।ପୋଲିସ କହିଛି ଯେ, ଲକ୍ଡାଉନ୍ ଯୋଗୁ ସବୁ ମଦ କାଉଣ୍ଟର ବନ୍ଦ ରହିଛି । ଯାହାର ଫାଇଦା ଉଠାଇ ଏମାନେ ଲୁଚାଛପାରେ ମଦ ବିକି ମାଲାମାଲ୍ ହେଉଥିଲେ । ବଜାର ଦରଠୁ ୩ ଗୁଣା ଅଧିକ ଦରରେ ମଦ ବିକୁଛନ୍ତି । ଏହାକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ମାରାଥନ୍ ଚଢ଼ଉ ଜାରି ରହିଛି। ଏହି କ୍ରମରେ ଗତକାଲି ଏହି ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ମଦ କାରବାର ଆଉ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ ଚାଲିଛି।
Comments are closed, but trackbacks and pingbacks are open.