ବିବାହିତାଙ୍କ ମୃତୁ୍ୟ ମାମଲାରେ ୩ ଗିରଫ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ମୋତିଲାଲ ନଗର ଅଞ୍ଚଳରେ ଗତ ସୋମବାର ଜଣେ ବିବାହିତା ମହିଳାଙ୍କ ସନେ୍ଦହନକ ଅବସ୍ଥାରେ ପୋଡିହୋଇ ମୃତୁ୍ୟ ହୋଇଥିବା ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗୁଣପୁର ଥାନାରେ ଏକ ଯୌତୁକଜନିତ ହତ୍ୟାକାଣ୍ଡ ନେଇ ମକଦ୍ଧମା ରୁଜୁ କରାଯାଇଛି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ସୁୁରେଶ କୁମ୍ଭାର, ଶାଶୂ ମାଳତୀ କୁମ୍ଭାର ଓ ନଣନ୍ଦ ସବିତା କୁମ୍ଭାରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଘଟଣା ଘଟିବା ପରେ ମୃତାଙ୍କ ବାପଘର ଲୋକ ଆସି ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଯାଞ୍ଚ କରିଥିଲା । ଶେଷରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons