
ଓଡ଼ଗାଁ : ବିବାହ ଭୋଜି ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ଅସୁସ୍ଥମାନଙ୍କୁ ଏବେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଶୁକ୍ରବାର ଓଡ଼ଗାଁ ବ୍ଲକ ରବିଗାଡ଼ିଆ ପଞ୍ଚାୟତ ଆଡୁଆ ସାହିରେ ଏକ ବିବାହ ଭୋଜି ଥିଲା। ସାହିଭାଇ ଭୋଜିଭାତ ଖାଇଥିଲେ। ଭୋଜି ଖାଇବା ପରେ ୨୫ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ଓଡ଼ଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଧା ବାରିକଙ୍କ ପତ୍ନୀ ମାଟିଆଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କୁ ମେଡିକାଲ୍ରେ ଚିକିତ୍ସା କରାଯାଉଛି। ଖାଦ୍ୟ ବିଷାକ୍ତ ହେବାରୁ ଏପରି ହୋଇଥିବା ଅଭିଯୋଗ ହେଉଛି। ତେବେ କେଉଁ ପରିସ୍ଥିତିରେ ଖାଦ୍ୟ ବିଷାକ୍ତ ହେଲା, ତାହା ଜଣାପଡ଼ି ନାହିଁ।


Comments are closed, but trackbacks and pingbacks are open.