ବିଭାଗୀୟ ମନ୍ତ୍ରୀଙ୍କ ଜୟଦେବ ଭବନ ପରିଦର୍ଶନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ଅପ୍ରତ୍ୟାଶିତ ଭାବେ ଜୟଦେବ ଭବନ ପାଠାଗାରରେ ପହଞ୍ଚିଥିଲେ । ସେଠାରେ ପାଠକପାଠିକାଙ୍କ ନିମନ୍ତେ ଅଧ୍ୟୟନ ନିମନ୍ତେ ସ୍ଥାନାଭାବ ନେଇ ଅସୁବିଧା ହେଉଥିବା ହୃଦୟଙ୍ଗମ କରିଥିଲେ । ଖୁବ୍ଶୀଘ୍ର ଜୟଦେବ ଭବନ ପାଶ୍ୱର୍ସ୍ଥ ଗୀତଗୋବିନ୍ଦ ସଦନରେ ନିର୍ମିତ ପାଠାଗାରକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିଦେ୍ର୍ଧଶ ଦେଇଛନ୍ତି ।
ଜୟଦେବ ଭବନ ପାଠାଗାରକୁ ଦୈନିକ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଛନ୍ତି । ହେଲେ ସ୍ଥାନାଭାବରୁ ସେମାନେ ତଳେ ବସି ପଢ଼ୁଛନ୍ତି । ଅନ୍ୟପକ୍ଷରେ ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନର ଦ୍ୱିତୀୟ ମହଲାରେ ନୂତନ ପାଠାଗାର ନିର୍ମାଣ କାର୍ଯ୍ୟ ସରିଛି । ଖୁବ୍ଶୀଘ୍ର ପାଠକପାଠିକାଙ୍କ ନିମନ୍ତେ ଏହାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ପାଠାଗାର କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଖୁବ୍ଶୀଘ୍ର ଏକ ସଚିବସ୍ତରୀୟ ସମୀକ୍ଷା ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଗୀତଗୋବିନ୍ଦ ସଦନରେ ମଧ୍ୟ କାର୍ଯ୍ୟକାରୀ ହେବାକୁ ଥିବା ଇ-ଲାଇବ୍ରେରୀ ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ ।
ମନ୍ତ୍ରୀ ଶ୍ରୀ ଦାସ ଜୟଦେବ ଭବନର ବିଭିନ୍ନ ପ୍ରକୋÂ ବୁଲିବା ସହ ପାଠାଗାରରେ ଥିବା ପୁସ୍ତକ, ପ୍ରତି ମାସରେ ଉପଲବ୍ଧ ପତ୍ରପତ୍ରିକା ଓ ସମ୍ବାଦପତ୍ର ସମ୍ପର୍କରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀଙ୍କୁ ପାଠାଗାରରେ ଅଧ୍ୟୟନ ନେଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରିଥିଲେ । ଏହି ପରିଦର୍ଶନ ସମୟରେ ପାଠାଗାରର ସୂଚନା ଅଧିକାରୀ ମାନସ ରଞ୍ଜନ ଖୁଣ୍ଟିଆ, ଗ୍ରନ୍ଥାଗାରିକା ମନୋରମା ସେଠୀ ଓ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons