ଚଣ୍ଡିଖୋଲ : ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁରଠାରେ ଥିବା ରାମକୋ ସିମେଣ୍ଟ କାରଖାନା ଆଗରେ ତିନୋଟି ପଂଚାୟତର ବହୁ ଲୋକେ ଧାରଣା ଦେଇଛନ୍ତି ।
ରାମକୋ ସିମେଣ୍ଟ କାରଖାନା ପକ୍ଷରୁ ଦିଆ ଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନ ଥିବାବେଳେ, ଜାଲ ଦସ୍ତଖତ କରି ଜମି ହାତେଇବା, ଗ୍ରାମରେ ମାଲବାହୀ ଟ୍ରକ୍ ଯିବା ଆସିବା କରିବା ଫଳରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବା, ଭଳି ବହୁ ଦାବି ନେଇ, ରାମକୋ କମ୍ପାନୀର ମନମାନି କାର୍ୟ୍ୟ ନେଇ ଥାନୁଆଳ, ଆରୁହା, ହରିଦାସପୁର ପଂଚାୟତର ବହୁ ଲୋକେ କମ୍ପାନୀ ଗେଟ୍ ସମୁଖରେ ଧାରଣାରେ ବସିଛନ୍ତି ।
ଦାବି ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନ କାରି ଚେତବାନୀ ଦେଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି ।
Comments are closed, but trackbacks and pingbacks are open.