ମୟୁରଭଞ୍ଜ, (ବି.ବି.ନୁ୍ୟଜ୍): ଓଡ଼ିଶାର ପ୍ରତ୍ୟେକ ମନ୍ଦିରମାନଙ୍କରେ ଘଣ୍ଟଘଣ୍ଟା ବଜାଇ ସେବକ ଏବଂ ପୂଜକ ମାନେ ସରକାରୀ ନିୟମର ପ୍ରତିବାଦ ଜଣାଇଥିବା ବେଳେ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ମଧ୍ୟ ଏହା ଦେଖିବାକୁ ମିଳିଛି। ତେବେ
Covid କଟକଣା ପାଇଁ ମନ୍ଦିର ଗୁଡ଼ିକୁ ଭକ୍ତ ମାନଙ୍କ ଯିବା ବାରଣ ଥିବା କାରଣରୁ ମନ୍ଦିର ମାନଙ୍କରେ ଥିବା ସେବାୟତ ଓ ପୂଜକ ମାନେ ନିଜ ପରିବାର ଭରଣପୋଷଣ କରିବାରେ ଅସମର୍ଥ ହେଉଛନ୍ତି।
ଦୋକାନ ବଜାର,ହାଟ ସବୁ ଖୋଲା ରହୁଥିବା ସହିତ ସାମାଜିକ ବିଶୃଙ୍ଖଳା, ପାରିବାରିକ ହିଂସା ସୃଷ୍ଟିର ମୁଖ୍ୟ କାରଣ ସାଜିଆସୁଥିବା ଦେଶୀ,ବିଦେଶୀ ସରକାରୀ ମଦ ଦୋକାନ ଗୁଡିକ କିନ୍ତୁ ଖୋଲା ରହିବା ଭଳି ଆଶ୍ଚର୍ୟ୍ୟଜନକ ଘଟଣା ଆଉ କଣ ହୋଇପାରେ। ତେବେ ଧନୀ ହେଉକି ଗରିବ ବିପଦ ଆପଦର ସମ୍ମୁଖୀନ ହେଲେ ଦେବାଦେବୀଙ୍କ ଶରଣାପନ୍ନ ହୋଇ ମନ୍ଦିର ପୂଜାର୍ଚ୍ଚନା କରିବାକୁ ସ୍ୱତଃ ଆସୁଥିବା ବେଳେ କରୋନା କଟକଣା ପାଇଁ ବନ୍ଦ ରହିଲା ମନ୍ଦିର। ତେବେ ସେଇଦିନ ଠାରୁ ମନ୍ଦିର ଗୁଡ଼ିକ ଆଜିପର୍ୟ୍ୟନ୍ତ ବନ୍ଦ ରହିଛି । ଯାହାର ପ୍ରତିବାଦ କରିଛନ୍ତି ପୂଜକ ଓ ସେବାୟତ ମାନେ। ଯୋଉଥିପାଇଁ ଖିଚିଂ ମନ୍ଦିର ସମ୍ମୁଖରେ ପୂଜକମାନେ ପ୍ରତିବାଦ କରିଥିବା ବେଳେ କରଞ୍ଜିଆ ପୂରଣେଶ୍ୱର ମନ୍ଦିର ସମ୍ମୁଖରେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି ଏବଂ
ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିବା ସହିତ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବ୍ରାହ୍ମଣ ଓ ସେବାୟତ ମାନେ ଦାବି ରଖିଛନ୍ତି।
Comments are closed, but trackbacks and pingbacks are open.