ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମରାମତି କାର୍ଯ୍ୟ ଚାଲିଥିବାରୁ ଆସନ୍ତାକାଲି ୧୯ ଏବଂ ଶୁକ୍ରବାର ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦୁ୍ୟତ କାଟ ହେବ ବୋଲି ସେସୁ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଆସନ୍ତାକାଲି ଭୁବନେଶ୍ୱର ସହରାଞ୍ଚଳର ଦାରୁଠେଙ୍ଗ, ଚନ୍ଦକା, ପଥରଗଡ଼ିଆ, ସୁନ୍ଦରପୁର, କୁଜିମହଲରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ଲୁଇସ୍ ରୋଡ୍, ରବି ଟକିଜ୍, ପାନ୍ଥନିବାସ, ନାଗେଶ୍ୱରଟାଙ୍ଗୀ, ଏଚ୍ଆଇଜି, ରାଙ୍ଗେଶ୍ୱର ନଗର, ପଦ୍ମାବତୀ ବିହାରର ସକାଳ ୯ଟାରୁ ଅପରାହ୍ନ ୨ଟା, କଟକ ସହରାଞ୍ଚଳର ବାଲିସାହି, ନୂଆପଡ଼ାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା, କଟକ ଗ୍ରାମାଞ୍ଚଳର ନିଆଳିରେ ସକାଳ ୮ଟାରୁ ଅପରାହ୍ନ ୧ଟା, ନଖରା, ସାଳଗାଁ ରେଳ ଷ୍ଟେସନ ଅଞ୍ଚଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା, ଢେଙ୍କାନାଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା, ଗନ୍ଦିଆ, ନିହାଲପ୍ରସାଦ, କାଶୀପୁରରେ ସକାଳ ୮ଟାରୁ ଅପରାହ୍ନ ୩ଟା, ନୟାଗଡ଼ର ମହିପୁର, ନୂଆଗାଁ, ଦଶପଲ୍ଲା ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦୁ୍ୟତ କାଟ ହେବ । ସେହିପରି ଶୁକ୍ରବାର ୨୦ ତାରିଖରେ ଭୁବନେଶ୍ୱର ସହରାଞ୍ଚଳର କଳାରାହାଙ୍ଗ, ପଟିଆ, ଚନ୍ଦକା, ପଥରଗଡ଼ିଆ, ସୁନ୍ଦରପୁର, କୁଜିମହଲରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା, ନିଳାଦ୍ରୀବିହାର, ଲୁମ୍ବିନୀ ବିହାର, କୈଳାସ ବିହାରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା, କଳ୍ପନା, ବିଜେବି ନଗର, ଶବର ସାହି, ଲକ୍ଷ୍ମୀସାଗର, ଏମ୍ଆଇଜି କଲୋନୀରେ ସକାଳ ୯ଟାରୁ ଅପରାହ୍ନ ୪ଟା, କଟକ ସହରାଞ୍ଚଳର କଲ୍ୟାଣୀନଗର, ରାଜେନ୍ଦ୍ରନଗରରେ ପୂର୍ବାହ୍ନ ୧୦ଟା ଅପରାହ୍ନ ୨ଟା, କଟକ ଗ୍ରାମାଞ୍ଚଳର ଖୁଣ୍ଟୁଣୀ, ଗୋଡ଼ିଝରିଆ, ବଡ଼ମ୍ବା, ନରସିଂହପୁରରେ ସକାଳ ୭ଟାରୁ ଅପରାହ୍ନ ସାଢେ଼ ୧୨ଟା, ଟାଙ୍ଗୀରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା, ଢେଙ୍କାନାଳ, କାମାକ୍ଷାନଗର, ମଠକରଗୋଳା, ହିନେ୍ଦାଳ ରୋଡ୍, ନିହାଲପ୍ରସାଦ, କାଶୀପୁରରେ ସକାଳ ୮ଟାରୁ ଅପରାହ୍ନ ୩ଟା, ଭାପୁର, ଦେଉଳସାହିରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦୁ୍ୟତ କାଟ ହେବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.