ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର ବିମାନବନ୍ଦରରେ ଥମୁନି ସୁନା ସ୍ମଗ୍ଲିଙ୍ଗ । ସ୍ମଗ୍ଲରମାନେ ଭିନ୍ନ ଭିନ୍ନ ଉପାୟରେ ସୁନା ଚାଲାଣ କରୁଛନ୍ତି । କିଏ ମଳଦ୍ୱାରରେ ଲୁଚାଇ ଆଣୁଛି ତ ଆଉ କିଏ ଜୋତା ତଳେ ଲୁଚାଇ ଆଣୁଛି । ପୁଣି କିଏ ସ୍କୁ୍ରଡ୍ରାଇଭର, ସାର୍ଟ ବଟମ, ସାର୍ଟ କଲାର, ଇମରଜେନ୍ସି ଲାଇଟ ଓ ଗ୍ରାଇଣ୍ଡର ଭିତରେ ଲୁଚାଇ ଆଣୁଛି । ତେବେ ଗତକାଲି ଜଣେ ସ୍ମଗ୍ଲର ବ୍ୟାଗ୍ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ ଭୁବନେଶ୍ୱର ବିମାନନ୍ଦରରେ ଧରା ପଡ଼ିଛନ୍ତି । ତାଙ୍କ ନାମ ଇଜାଜ୍ ଅହମ୍ମଦ (୨୫) । ତାଙ୍କଠାରୁ ୪୮ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି ।
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର କଷ୍ଟମସ୍ ବିଭାଗର ଆସିଷ୍ଟାଣ୍ଟ କମିଶନର ଏସ୍. ଚକ୍ରବର୍ତ୍ତିଙ୍କ ସୂଚନା ଅନୁଯାୟୀ, ଏୟାରଏସିଆ ଫ୍ଲାଇଟ୍ ଏକେ-୩୧ ରବିବାର ବିଳମ୍ବିତ ରାତିରେ କୁଆଲାଲାମ୍ପୁରରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ଗୁଇନ୍ଦା ପଦକ୍ଷେପ ସ୍ୱରୂପ ଏଠାରେ କଷ୍ଟମସ୍ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ପକ୍ଷରୁ ଯାତ୍ରୀମାନଙ୍କୁ ଯାଞ୍ଚ କରା ଯାଇଥିଲା । ତେବେ ମେଟାଲ ଡିଟେକ୍ଟର ଦେଇ ଆସିଥିବା ଇଜାଜଙ୍କୁ କଷ୍ଟମସ୍ ବିଭାଗର ଅଧିକାରୀମାନେ ଅଟକାଇ ଯାଞ୍ଚ କରିବା ବେଳେ ସୁନା ଚୋରା ଚାଲାଣର ପର୍ଦ୍ଧାଫାସ୍ ହୋଇଥିଲା । ଇଜାଜଙ୍କ ବ୍ୟାଗ୍ରୁ ୪୮ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଥିଲା । ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ । ତେଣୁ ଇଜାଜ୍ଙ୍କୁ ଅଟକ ରଖାଯାଇ ଜେରା ଚାଲିଥିବା ଆସିଷ୍ଟାଣ୍ଟ୍ କମିଶନର ଶ୍ରୀ ଚକ୍ରବର୍ତ୍ତି ଜଣାଇଛନ୍ତି ।
Comments are closed, but trackbacks and pingbacks are open.