ବିମାନ ଚାଲିବ, କେହି କାହାରିକୁ ଛୁଇଁବା ମନା!

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ । କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ,ଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଲକ୍ଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ବିମାନ ବନ୍ଦର ହେବ ନନ୍ ଟଚ୍ ବିମାନ ବନ୍ଦର । ଅର୍ଥାତ୍ ଟ୍ରମିନାଲ ପରିସରରେ ପ୍ରବେଶ ପଥରୁ ଆରମ୍ଭ କରି ଟିକେଟ ଚେକ୍ ଇନ୍ କାଉଣ୍ଟର ସବୁଠି ବିନା ସ୍ପର୍ଶରେ କାର୍ଯ୍ୟ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ବ୍ୟବସ୍ଥା କରୁଛନ୍ତି । ଅନ୍ୟପକ୍ଷରେ ବିାନ ବନ୍ଦରର ଆଧୁନିକୀକରଣ କାମ ବି ଆରମ୍ଭ ହୋଇଛି । ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ୍ କଣ୍ଟେ୍ରାଲ ବା ଏଟିସି ଟାୱାର, ପାରାଲାଲ୍ ଟ୍ରକ୍ସିବେର କାମ ମଧ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons