ବିମାନ ବନ୍ଦରରୁ ୧୨ ଲକ୍ଷ ଟଙ୍କାର ସିଗାରେଟ୍ ଜବତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ରାଜସ୍ୱ ଗୁଇନ୍ଦା ନିଦେ୍ର୍ଧଶାଳୟ(ଡିଆରଆଇ) ୪ ଶହ ପେଟି ବିଦେଶୀ ସିଗାରେଟ୍ ଜବତ କରିଛି । ଏହି ଘଟଣାରେ ପଶ୍ଚିମବଙ୍ଗର ଦୁଇ ଜଣ ଯୁବକଙ୍କୁ ଡିଆରଆଇର ଅଧିକାରୀମାନେ ଅଟକ ରଖିଛନ୍ତି । ଦୁଇ ଅଭିଯୁକ୍ତ କ୍ୱାଲାଲାମ୍ପୁରରୁ ସିଗାରେଟ୍ ଆଣି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ଏଠାରୁ ସେ ଗାଡ଼ି ଯୋଗେ କୋଲକାତା ନେବାକୁ ଯୋଜନା କରିଥିଲେ । ହେଲେ ଡିଆରଆଇର ଅଧିକାରୀମାନେ ତାଙ୍କୁ ଧରିଥିଲେ । ଜବତ ସିଗାରେଟ୍ର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡିଆରଆଇ ପକ୍ଷରୁ ସୂଚନା ଦିଆଯାଇଛି । ତଦନ୍ତ ଚାଲିଥିବାରୁ ଦୁଇ ଅଭିଯୁକ୍ତଙ୍କ ପରିଚୟ ଗୁପ୍ତ ରଖିଛି ଡିଆରଆଇ ।
ଡିଆରଆଇ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଅଟକ ଥିବା ଦୁଇ ଜଣ ଯୁବକ ପୂର୍ବରୁ ଅଳ୍ପ ଅଳ୍ପ ସିଗାରେଟ୍ ଆଣୁଥିଲେ । ଏହା କାହା ନଜରରେ ପଡୁନଥିଲା । କ୍ୱାଲାଲାମ୍ପୁରରୁ କମ୍ ଦାମ୍ରେ ସିଗାରେଟ୍ ଆଣି କୋଲକାତାରେ ଚଢ଼ା ଦରରେ ବିକ୍ରି କରୁଥିଲେ । ଗତ ମାସରେ ଏମାନଙ୍କ ବିଷୟରେ ଖବର ମିଳିଥିଲା । ତାଙ୍କ ଉପରେ ନଜର ରଖା ଯାଉଥିଲା । ଏହି ଦୁଇ ଯୁବକ ମଙ୍ଗଳବାର ଦିନ ୪ ଶହ ପେଟି ସିଗାରେଟ୍ ଆଣି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । କାରଣ କ୍ୱାଲାଲାମ୍ପୁରରୁ ସିଧା କୋଲକାତା ନେବାକୁ ଭୟ କରୁଥିଲେ । ସେଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଏମାନେ ସୁରକ୍ଷିତ ମଣିଥିଲେ । ମଙ୍ଗଳବାର ପୂର୍ବାହ୍ଣରେ ବିମାନରୁ ସିଗାରେଟ୍ ବାହାରିବା ପରେ ଡିଆରଆଇର ଅଧିକାରୀମାନେ ଏହାକୁ ଜବତ କରି ୨ ଜଣ ଯୁବକଙ୍କୁ ଧରିଥିଲେ । ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି । ଏମାନଙ୍କ ସହ ଆଉ କେଉଁମାନେ ସାମିଲ୍ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଖାଲି ସିଗାରେଟ୍ ନୁହେଁ ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବରୁ ଅନେକ ଥର ଲକ୍ଷ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ୨୦୧୮ରେ ମୋଟ ୧୫ କେଜି ସୁନା ଜବତ କରିଥିଲା କଷ୍ଟମ୍ସ ବିଭାଗ ଓ ଡିଆରଆଇ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons