ବିରଳ ଇଗଲ୍ ପକ୍ଷୀ ଉଦ୍ଧାର

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍):ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଅଛି । ସୋମବାର ସକାଳେ କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ପରିବାର ଲୋକେ ଦେଖି ତାକୁ ଉଦ୍ଧାର କରିବାକୁ ସର୍ପମିତ୍ର ଆଦିତ୍ୟ ବେହାରାଙ୍କୁ ଏ ବିଷୟରେ ଜଣାଇଥିଲେ । ଖବର ପାଇ ଆଦିତ୍ୟ ଏବଂ ସହଯୋଗୀ ସଞ୍ଜୟ ବେହେରା ଘଟଣାସ୍ଥଳରେ ପହଂଚି ପକ୍ଷୀଟି ଏକ ଇଗଲ ପ୍ରଜାତିର ଏବଂ ଏହାର ନାମ “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ବୋଲି ଚିହ୍ନଟ କରିଥିଲେ। ଏହି “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ମୁଖ୍ୟତଃ ସବୁ ପ୍ରକାରର ସରୀସୃପ ସହ ସାପ ମାନଙ୍କୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାଏ। “ଇଣ୍ଟରନେସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର” (IUCN) ଏହି ପ୍ରଜାତିର ଇଗଲକୁ ଏକ ଅତି ସଙ୍କଟାପନ୍ନ ବିପଦଗ୍ରସ୍ତ ପକ୍ଷୀ ଭାବରେ ଘୋଷଣା କରିଅଛି । ସର୍ପମିତ୍ର ଆଦିତ୍ୟ ଅତି ସତର୍କତାର ସହ ଏହି ବିରଳ ଇଗଲକୁ ଉଦ୍ଧାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଟିକୁ ସୁରକ୍ଷିତ ଭାବରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons