ବାରିପଦା,(ବି.ବି.ନୁ୍ୟଜ୍): ସ୍ଥାନୀୟ ତଖତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ ହଷ୍ଟେଲ ପରିସରରୁ ଏକ ବିରଳ ପ୍ରଜାତିର କଳାମୁଣ୍ଡିଆ ସାପ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଥିବା ସୂଚନା ମିଳିଛି । ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫରଙ୍କ ଦ୍ୱାରା ଠାବ କରାଯାଇଥିବା ଏହି ସାପ ଅନ୍ୟ ସାପମାନଙ୍କ ଠାରୁ ଲମ୍ବରେ ଛୋଟ । ଏହାର ଲମ୍ବ ସର୍ବାଧିକ ୧୮ ଇଞ୍ଚରୁ ଅଧିକ ହୋଇ ନ ଥାଏ । ବିରଳ ପ୍ରଜାତିର କଳାମୁଣ୍ଡିଆ ସାପମାନେ ଉଭୟ ଦିନ ଓ ରାତିରେ ବିଚରଣ କରିପାରୁ ଥିବା ବେଳେ ଏମାନଙ୍କ ଚର୍ମ ବେଶ୍ ଚକ୍ଚକ୍ କରିଥାଏ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.