ତିହିଡି: ତିହିଡ଼ି ମାଟିର ପୁଅ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସକାଳ ୧୦ଟା ୩୦ ମିନିଟ୍ରେ ତାଙ୍କୁ ଏମ୍ସ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଏହି ଖବର ପାଇ ତିହିଡ଼ି ଅଞ୍ଚଳବାସୀ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ଶ୍ରୀ ସେଠୀଙ୍କୁ ଏକ ପ୍ରାଇଭେଟ କ୍ୟାବିନ୍ରେ ରଖାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି । ସମସ୍ତ ପ୍ରକାର ଟେଷ୍ଟ ହେବା ସହ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶ୍ରୀ ସେଠୀଙ୍କ ଚିକିତ୍ସା କରାଯିବ ।
ସେହିପରି କରୋନା ଆକ୍ରାନ୍ତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏବେ ଶ୍ରୀ ନାୟକଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.