ବିରୋଧ, ଫଳକ ଭାଙ୍ଗିଲା ବିଜେପି ଯୁବ ମୋର୍ଚ୍ଚା

Get real time updates directly on you device, subscribe now.

କଣିହାଁ: କଣିହାଁ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ କୁଡ଼ିଆ ଫଳକ ସ୍ଥାପନ କରିବା ଘଟଣାକୁ ତୀବ୍ର ବିରୋଧ କରିଛି ବିଜେପି ଯୁବମାର୍ଚ୍ଚା । ଶନିବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଫଳକ ଭାଙ୍ଗି ଦିଆଯାଇ ଏହାର ପ୍ରତିବାଦ କରାଯାଇଥିବା ଜଣାଯାଇଛି ।
୨୦୨୨ ସୁଦ୍ଧା ସମସ୍ତ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ, କେନ୍ଦ୍ର ସରକାରଙ୍କର ଏହି କାର୍ଯ୍ୟକ୍ରମକୁ ବାଟବଣା କରିବାକୁ ରାଜ୍ୟ ସରକାର ଫଳକ ପରିବର୍ତନ କରୁଥିବା ବିଜେପି କର୍ମକର୍ତା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ୫ ବର୍ଷ ତଳୁ ଶେଷ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘରକୁ ରଙ୍ଗଲଗାଇ ବିଜୁ କୁଡ଼ିଆ ଫଳକ ଲଗାଉଥିବାରୁ ବରିÂ ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା କର୍ମକର୍ତା, ସଦସ୍ୟ ଘୋର୍ ବିରୋଧ କରିଥିଲେ । କଣିହାଁ ବ୍ଲକ୍ର ବିରୁ, କୁଲେଇ, ତୁମୁଗୋଳା ଗ୍ରାମରେ ସମସ୍ତ ବିଜୁ କୁଡିଆ ଫଳକ ଭାଙ୍ଗିବା ସହିତ, ଅନେକ ଫଳକରେ କଳାରଙ୍ଗ ବୋଳି ଦେଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଯୋଜନା ହଡ଼ପ ନେଇ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ଏହାକୁ ବିରୋଧ କରାଯିବ ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons