ନୂଆଦିଲ୍ଲୀ: ଜର୍ଜିୟାରେ ଆୟୋଜିତ ବିଲିସି ଗ୍ରାଣ୍ଡ ପ୍ରିକ୍ସ ରେସଲିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ତାରକା ବଜରଙ୍ଗ ପୁନିଆ । ସେ ୬୫କିଲୋ ବର୍ଗ ଫାଇନାଲ୍ରେ ଇରାନର ପେଇମାନ ବିବ୍ୟାନିଙ୍କୁ ୨-୧ ପଏଣ୍ଟରେ ପରାସ୍ତ କରିଥିଲେ । ଚଳିତ ସିଜନରେ ବଜରଙ୍ଗ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସିଆନ୍ ଗେମ୍ସ ଚାମ୍ପିଅନ୍ ଏହି ଭାରତୀୟ ତାରକା ପୂର୍ବରୁ ଡାନ୍ କୋଲୋଭ, ଏସିଆନ୍ ଚାମ୍ପିଅନସିପ୍ ଓ ଅଲି ଅଲିଏଭ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
୫୬କିଲୋ ବର୍ଗ ଫାଇନାଲ୍ରେ ବଜରଙ୍ଗ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିବ୍ୟାନି । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ବଜରଙ୍ଗ ନିଜ ଅଭିଜ୍ଞତାର ଫାଇଦା ଉଠାଇ ୨-୦ ପଏଣ୍ଟରେ ବିଜୟୀ ହେବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ସେହିପରି ବେଲାରୁଷରେ ଚାଲିଥିବା ମେଡଭେଡ୍ ରେସଲିଂରେ ଭାରତର ମହିଳା ତାରକା ଭିନେଶ ଫୋଗଟ ବିଜୟ ଜାରି ରଖି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେ ୫୩କିଲୋ ବର୍ଗ ସେମି ଫାଇନାଲ୍ରେ ୟାଫ୍ରିମେନକାଙ୍କୁ ୧୧-୦ ପଏଣ୍ଟରେ ପରାସ୍ତ କରିଥିଲେ । ଏହି ବାଉଟ୍ରେ ଭିନେଶ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ଏକତରଫା ବିଜୟ ହାସଲ କରିଥିଲେ । ସେ ଫାଇନାଲ୍ରେ ରୁଷିଆର ଏନ୍ ମାଲିଶେଭାଙ୍କୁ ଭେଟିବେ ।


Comments are closed, but trackbacks and pingbacks are open.