ଗତ ୭ ବର୍ଷରେ ଏଭଳି କେବେ ହୋଇ ନ ଥିଲା ଯେ, ବିଶ୍ୱ ଧନୀ ତାଲିକାରେ ବିଲ୍ ଗେଟ୍ସ ଦ୍ୱିତୀୟ ସ୍ଥାନ ତଳକୁ ଖସିଥିବେ । କିନ୍ତୁ ଗତ ମାସରେ ଶ୍ରେଷ୍ଠ ୩ରେ ପହଞ୍ଚିଥିବା ଲୁଇସ୍ ଭିଟନ୍ର ବର୍ଣ୍ଣାର୍ଡ ଅର୍ନାଲ୍ଟ ବିଲ୍କୁ ତାଙ୍କ ସ୍ଥାନରୁ ହଟାଇ ଦେଇଛନ୍ତି । ମଙ୍ଗଳବାର ପ୍ରକାଶ ପାଇଥିବା ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀରେ ବିଲ୍ ଗେଟ୍ସ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି । ଅର୍ନାଲ୍ଟ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ଲକ୍ଜ୍ୟୁରୀ ସାମଗ୍ରୀ ନିର୍ମାତା ଏଲ୍ଭିଏମ୍ଏଚ୍ର ଅଧ୍ୟକ୍ଷ ହେଉଛନ୍ତି ୭୦ ବର୍ଷୀୟ ଅର୍ନାଲ୍ଟ । ଏଲ୍ଭିଏମ୍ଏଚ୍ର ସେୟାର ମୂଲ୍ୟରେ ୧.୩୦% ବୃଦ୍ଧି ଘଟିବା ଫଳରେ ଅର୍ନାଲ୍ଟଙ୍କ ନେଟ୍ ସମ୍ପତ୍ତି ମଙ୍ଗଳବାର ୧୦୮୦୦ କୋଟି ବା ୭.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ନାଲ୍ଟଙ୍କ ନେଟ୍ ସମ୍ପତ୍ତି ଫ୍ରାନ୍ସ ଜିଡିପିର ୩% ଥିବା ବ୍ଲୁମ୍ବର୍ଗ ପକ୍ଷରୁ ପ୍ରକାଶ । ଅନ୍ୟପକ୍ଷରେ, ବିଲ୍ଙ୍କ ନେଟ୍ ସମ୍ପତ୍ତି ୧୦୭୦୦ କୋଟି ଡଲାର ବା ୭.୩୮ ଲକ୍ଷ କୋଟି ଟଙ୍କା ରହିଛି ।
Comments are closed, but trackbacks and pingbacks are open.