ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

Get real time updates directly on you device, subscribe now.

ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅନୁଗୁଳ ଜିଲ୍ଲାର ବରିÂ କାର୍ଯ୍ୟକର୍ତା, ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ରମେଶ ଚନ୍ଦ୍ର ସାହୁଙ୍କର ଶନିବାର ଭୋର୍ ବେଳେ ପରଲୋକ ହୋଇଯାଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରତିÂାରେ ତାଙ୍କର ଯୋଗଦାନ ରହିଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ରହିଥିବା ବେଳେ ସେ ଆଖିବୁଜିଥିଲେ । ସେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ତେବେ ପରବର୍ତୀ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁଅ, ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ଆତ୍ମୀୟ ଲୋକମାନେ ଉପସ୍ଥିତ ଥିଲେ ।
ଶ୍ରୀ ସାହୁଙ୍କ ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶୋକ ପ୍ରକାଶ ପାଇଛି । ସେ ଜଣେ ପରୋପକାରୀ, ସମାଜସେବୀ, ସଂସ୍କୃତିପ୍ରେମୀ, ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଜୟ କୁମାର ସାହୁ, ପ୍ରଭାତ ସାହୁ, ଚିନ୍ମୟ ରଥ, ମନୋଜ ଦେହୁରୀ, ଦୀପକ ସାହୁ, ବନବିହାରୀ ପ;ନାୟକ, ଚୈତନ୍ୟ ଦେହୁରୀ, ଧିରେନ ଦେହୁରୀ ପ୍ରମୁଖ ମତବ୍ୟକ୍ତ କରିଥିଲେ । କରଡ଼ାଗାଡ଼ିଆସ୍ଥିତ ବାସଭବନରେ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons