ବିଶ୍ରାରେ ଆଉ ଜଣେ ପଜିଟିଭ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳରୁ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩ରେ ପହଞ୍ଚିଛି । ଫଳରେ ଜିଲ୍ଲା ପ୍ରଶାସନ ଆଉ ୪୮ ଘଣ୍ଟା କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରିଛି ।
ଗତ ୧୧ ତାରିଖରେ ବିଶ୍ରା ଅଞ୍ଚଳରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ତହିଁ ଆର ଦିନ ଅର୍ଥାତ୍ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଡରେଇକେଲା ବସ୍ଷ୍ଟାଣ୍ଡରୁ ପୁରୁଣା ମାର୍କେଟ୍ କମ୍ପେ୍ଲକ୍ସ, ପୁରୁଣା ମାର୍କେଟ୍ କମ୍ପେ୍ଲକ୍ସ ଠାରୁ ବୁଦେଲଜୋର, ବୁଦେଲଜୋରଠାରୁ ନୟାବସ୍ତି, ନୟାବସ୍ତିଠାରୁ ଭାରତ ପେଟ୍ରୋଲିୟମ ଛକ, ଭାରତ ପେଟ୍ରୋଲିୟମ ଛକଠାରୁ ଡରେଇକେଲା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସିଲ୍ କରାଯାଇଥିବା ଅଞ୍ଚଳରେ ରହୁଥିବା ୧୫୦୦ ଲୋକଙ୍କ ସାମ୍ପଲ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି କଣ୍ଟେନମେଣ୍ଟ ଅବଧି ୧୪ ତାରିଖ ସାଢେ଼ ୧୧ଟାରେ ପୂରଣ ହୋଇଥିଲା ବେଳେ ପୁଣି ପ୍ରଶାସନ ଏହାକୁ ୧୬ ତାରିଖ ସାଢେ଼ ୧୧ଟା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଗତ ୧୮ ତାରିଖ ସାଢେ଼ ୧୧ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ନିମନ୍ତେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି ଘୋଷଣା କରାଯିବା ସହିତ କଟକଣା ପୂର୍ବ ଭଳି ବଳବତ୍ତର ରହିବ ବୋଲି ନିଦେ୍ର୍ଧଶନାମା ଜାରି କରାଯାଇଥିଲା । ହେଲେ ଏହି ଅବଧି ପୂରଣ ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ବଢ଼ାଇ ଦିଆଯାଇଥିଲା । ଆଜି ବିଶ୍ରା ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଅବଧିକୁ ବୃଦ୍ଧି କରିଛି ପ୍ରଶାସନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons