ବିଶ୍ୱର ଦାମୀ ଫୋନ୍

Get real time updates directly on you device, subscribe now.

ଚୀନ କମ୍ପାନି ସାଓମି ଭାରତରେ ସମ୍ପୂର୍ଣ୍ଣ ସୁନାରେ ପ୍ରସ୍ତୁତ ଫୋନ୍ର ଉନ୍ମୋଚନ କରିଛି । ରେଡ୍ମି କେ୨୦ ପ୍ରୋର ଏହା ସିଗ୍ନେଚର ଏଡିସନ । ଏହି ସ୍ମାର୍ଟଫୋନରେ ହୀରା ଖଚିତ ହୋଇଛି । ଏଭଳି କେବଳ ୨୦ଟି ସ୍ମାର୍ଟଫୋନ୍ ହିଁ କମ୍ପାନି ପ୍ରସ୍ତୁତ କରିଛି । କମ୍ପାନିର କହିବାନୁଯାୟୀ ଏହି ଫୋନ୍କୁ ପ୍ରସ୍ତୁତ କରିବାରେ ୪.୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କମ୍ପାନି ଏଯାବତ ସ୍ଥିର କରିନାହିଁ ଯେ, ଏହାର ମୂଲ୍ୟ କେତେ ରଖାଯିବ । ଆଜି ଆମେ ବିଶ୍ୱର ଏଭଳି କେତେକ ସ୍ମାର୍ଟଫୋନ୍ ବିଷୟରେ ବିବରଣୀ ପ୍ରଦାନ କରୁଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ।
ଡାଏମଣ୍ଡ୍ ରୋଜ୍ ଆଇଫୋନ୍(୩୨ ଜିବି): ମୂଲ୍ୟ:ପାଖାପାଖି ୫୬ କୋଟି ଟଙ୍କା ଏହି ସ୍ମାର୍ଟଫୋନ୍କୁ ଟେକ୍ନୋଲୋଜି କ୍ଷେତ୍ରର ଆଗଧାଡିଆ କମ୍ପାନି ଆପଲ ପ୍ରସ୍ତୁତ କରିଛି । ଏହା ବିଶ୍ୱର ସବୁଠାରୁ ଦାମୀ ମୋବାଇଲ ଫୋନ୍ । ଏଥିରେ ୫୦୦ ହୀରା ଖଚିତ ହୋଇଛି । ଫୋନ୍ରେ ୩୨ ଜିବି ମେମୋରି ରହିଛି । ଏଥିରେ ୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଥିବାବେଳେ ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ଲାଗିଛି ।
ଗୋଲ୍ଡ ଷ୍ଟିକର ଆଇଫୋନ୍ ୩ଜି(୩୨ ଜିବି): ମୂଲ୍ୟ:୨୧ କୋଟି ଟଙ୍କା ଏହି ମୋବାଇଲର ମୂଲ୍ୟ ପାଖାପାଖି ୨୧ କୋଟି ଟଙ୍କା । ଏହି ଫୋନ୍କୁ ଷ୍ଟୁଆର୍ଟ ହ୍ୟୁଜ୍ ଡିଜାଇନ କରିଛନ୍ତି । ଗୋଲ୍ଡ ଷ୍ଟିକର ଆଇଫୋନ୍ ୩ଜି ୩୨ଜିବି ୨୦୦୯ରେ ଆସିଥିଲା ।
ଦ ଡାଏମଣ୍ଡ୍ କ୍ରିପ୍ଟୋ : ମୂଲ୍ୟ:୮.୯୭ କୋଟି ଏହି ମୋବାଇଲର ମୂଲ୍ୟ ୮.୯୭ କୋଟି ଟଙ୍କା । ଫୋନ୍ରେ ୱିଣ୍ଡୋଜ୍ ସିଇ ଅପରେଟିଂ ସିଷ୍ଟମ ଏବଂ ମୋଟୋରୋଲା ଏମ୍ଏକ୍ସ୨୧ ପ୍ରୋସେସର ରହିଛି । ଏହାର ଡିସ୍ପ୍ଲେ ୨.୨ ଇଞ୍ଚ । ଇଣ୍ଟର୍ନାଲ ଷ୍ଟୋରେଜ୍ ୬୪ ଏମ୍ବି ।
ଭିଆଇପିଏନ୍ ବ୍ଲାକ୍ ଡାଏମଣ୍ଡ: ମୂଲ୍ୟ:୨.୦୭ କୋଟି ଟଙ୍କା ଏହି ଦାମୀ ଫୋନ୍ର ମାତ୍ର ୫ଟି ୟୁନିଟ୍ ପ୍ରସ୍ତୁତ ହୋଇଛି । ପ୍ରିମିୟମ୍ ସେଗ୍ମେଣ୍ଟରେ ଏହା ନାମୀଦାମୀ ଫୋନ୍ ମଧ୍ୟରେ ଜଣାଶୁଣା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons