ବରଗଡ଼,(ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ଜିଲ୍ଲାର ଏକ ପରିବାରର ସମୂହ ଆତ୍ମହତ୍ୟା ଉଦ୍ରମରୁ ମାତ୍ର ବଡ଼ ଝିଅଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ମୃତୁ୍ୟ ଘଟଣା ଲୋକଙ୍କୁ ମନରୁ ଲିଭି ନଥିବା ବେଳେ ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ପଞ୍ଚାୟତ ଅଧୀନ ଚାରପାଲି ଗାଁର ଜଣେ ମହିଳାଙ୍କ ସମେତ ତାଙ୍କର ଦୁଇ ଜାଅାଁଳା ପୁଅ ବିଷପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ଉତ୍ତରା ବନଛୋର (୫୫) ଏବଂ ତାଙ୍କ ଦୁଇ ଜାଅାଁଳା ପୁଅ ଜଗା ଓ ବଳିଆ (୨୩) ମଧ୍ୟ ମୃତୁ୍ୟ ଘଟିଥିବା ପୁଲିସ ସ୍ପଷ୍ଟ କରିଛି । ପ୍ରାଥମିକ ଅନୁସନ୍ଧାନରୁ ପାରିବାରିକ କଳହ ପ୍ରତି ପୁଲିସ ଅଙ୍ଗୁଳି ନିଦେ୍ର୍ଧଶ କରିଥିବାରୁ ମାଁ ସହ ଜାଅାଁଳା ପୁଅଙ୍କ ମୃତୁ୍ୟ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପୁଲିସ ସୂଚନା ମତେ, ଚାରପାଲି ଗାଁର ଗୋପୀନାଥ ବନଛୋରଙ୍କ ସ୍ତ୍ରୀ ଉତ୍ତରା ଓ ତାଙ୍କ ଦୁଇପୁଅ ଜଗାବଳିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ଆଜି ରାତି ୮.୩୦ରେ ଖେଦାପାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଳେ । ତେବେ ଉତ୍ତରାଙ୍କୁ ରିସିଭ ଡେ଼ଥ ଘୋଷଣା କରି ଡାକ୍ତରମାନେ ଗୁରୁତର ଆହତ ଜଗା ଓ ବଳିଆଙ୍କୁ ଭର୍ତ୍ତି କରି ଚିକତ୍ସା ଆରମ୍ଭ କରିଥିଲେ । ମାତ୍ର କିଛିକ୍ଷଣ ପରେ ଉଭୟେ ପ୍ରାଣ ହାରିଥିବା ହସପିଟାଲ ସୂତ୍ରରୁ ଜଣାପଡ଼ଛି । ଖବର ପାଇ ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବତ୍ରୟକୁ ଜବତ କରି ମରଚୁ୍ୟରୀରେ ରଖିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ଛି ।
ପୁଲିସ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଥିବା ଥାନାଧିକାରୀ ଦିଲୀପ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ମାଁ- ଓ ଦୁଇ ପୁଅ ବିଷ ପାନ କଲେ ଜଣାପଡ଼ି ନଥିଲେ ହେଁ କୌଣସି ସୂତ୍ରରୁ ସୁରାକ ପାଇ ପାରିବାରିକ କଳହକୁ ସନେ୍ଦହ କରି ଅନୁସନ୍ଧାନ ଆରମ୍ଭ କରାଯାଇଥିବା କୁହାଯାଇଛି ।
ଘଟଣା ସମ୍ପର୍କରେ ବରଗଡ଼ ଏସପି ପଦ୍ମିନୀ ସାହୁଙ୍କୁ ପଚରାଯିବା ପରେ ପ୍ରାରମ୍ଭିକ ଅନୁସନ୍ଧାନରୁ ଘରର ପୁରୁଷ ମୁଖ୍ୟଙ୍କ ସହିତ କୌଣସି କାରଣକୁ ନେଇ ସ୍ତ୍ରୀ ଏବଂ ଦୁଇପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଥିବାରୁ ଏନେଇ ଯାଞ୍ଚ ଜାରି ରଖାଯାଇଛି ଏବଂ ତଦନ୍ତରୁ ସବିଶେଷ ତଥ୍ୟ ଜଣାପଡିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦିନ ତମାମ ଠିକଠାକ ଥିବା ପରିବାରର ସଦସ୍ୟମାନେ ବିଳମ୍ବିିତ ସନ୍ଧ୍ୟାରେ ହଠାତ ଏଭଳି ନିଷ୍ପତ୍ତି ନେଇଥିବାରୁ ଚାରପାଲି ଗାଁରେ ଗଭୀର ଶୋକ ଖେଳିଯାଇଛି ।
Comments are closed, but trackbacks and pingbacks are open.