ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଜେଲ୍‌ ଗଲେ ଫାଲକନ୍‌ର ଜିଏମ୍‌ଙ୍କ ସହ ୭ କର୍ମଚାରୀ

Get real time updates directly on you device, subscribe now.

ବାଲେଶ୍ବର : ବାଲେଶ୍ବର ଫାଲକନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ୍ ଲିକ୍ ଘଟଣାରେ ଜିଏମ୍‌ଙ୍କ ସହ ସାତ ଜଣ ଜେଲ୍‌ ଯାଇଛନ୍ତି । ଏମାନଙ୍କୁ ପୂର୍ବରୁ ପୁଲସି ଗିରଫ କରିଥିଲା । ଏହା ସହ କମ୍ପାନୀକୁ ମଧ୍ୟ ସିଲ୍ କରାଯାଇଥିଲା । ଏମ୍‌ଏଫ୍‌ସି ଏମାନଙ୍କୁ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ଜେଲ୍‌ ପଠାଯାଇଛି । ପୋଲିସ କମ୍ପାନୀ ଫାଟକରେ ତାଲା ଝୁଲାଇ ଦେବା ସହ ସାତ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା । ଜେଲ୍‌ଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜିଏମ୍, ଏଚ.ଆର.ମ୍ୟାନେଜର, ସେପ୍ଟି ଅଫିସର, ସୁପରଭାଇଜର ଅଛନ୍ତି ।
ଗତକାଲି ବାଲେଶ୍ୱର ଖନ୍ତାପଡ଼ାଠାରେ ଫାଲକନ ମେରାଇନର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ରାୟ ୧୦୦ ଜଣ ଗୁରୁତର ହୋଇପଡିଥିଲେ ।ବିଷାକ୍ତ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ଆସୁଛି । ସମସ୍ତେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି । ଅସୁସ୍ଥଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons