ଭୁବନେଶ୍ୱର: ରାଜ୍ୟ ସମବାୟ ବ୍ୟାଙ୍କ ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଆଜି ଲୋକାୟୁକ୍ତ ପୂରାପୂରି କ୍ଲିନଚିଟ ଦେଇଛନ୍ତି । ଏଥି ସହିତ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛନ୍ତି । ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ ଥିବାବେଳେ ବିଷ୍ଣୁପଦ ପାରଶ୍ରମିକ(ଅନରାରିୟମ୍) ନେବା ଓ ବାପା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ଗ୍ରହଣ କରିବା ଆଦୌ ବେଆଇନ ନୁହେଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି । ବିଷ୍ଣୁପଦ ଫେରାଇଦେଇଥିବା ଚିକିତ୍ସା ଖର୍ଚ୍ଚ ବାବଦ ଟଙ୍କା ପୁଣି ତାଙ୍କୁ ଫେରାଇଦେବାକୁ ଲୋକାୟୁକ୍ତ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାର ବିବରଣୀ ଅନୁସାରେ, ବରିÂ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀ ୨୦୧୩ ଫେବୃୟାରୀ ୬ରୁ ୨୦୧୫ ଜୁଲାଇ ୨୮ତାରିଖ ମଧ୍ୟରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ଦାୟିତ୍ୱରେ(ମ୍ୟାନେଜ୍ମେଣ୍ଟ-ଇନ୍-ଚାର୍ଜ) ଥିଲେ । ଏହି ଅବଧି ମଧ୍ୟରେ ସେ ପାରଶ୍ରମିକ ଏବଂ ବାପା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ବେଆଇନଭାବେ ଲକ୍ଷାଧିକ ଟଙ୍କା ନେଇଛନ୍ତି ଶ୍ରୀକାନ୍ତ ପାକଳ ନାମକ ବୋଲି ଜନୈକ ବ୍ୟକ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । କେବଳ ଚିକିତ୍ସା ଖର୍ଚ୍ଚ ବାବଦରେ ବିଷ୍ଣୁପଦ ୯ଲକ୍ଷ ୪୬ ହଜାର ଟଙ୍କା ନେଇଛନ୍ତି ବୋଲି ଅଭିଯୋଗକାରୀ ଦର୍ଶାଇଥିଲେ । ଉକ୍ତ ମାମଲାର ଟିକିନିଖି ତଦନ୍ତ କରିବା ପରେ ଲୋକୟୁକ୍ତ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି ।
ଲୋକାୟୁକ୍ତ କହିଛନ୍ତି, ସମବାୟ ଆଇନ ଅନୁସାରେ ପରିଚାଳନା ଦାୟିତ୍ୱରେଥିବା ବ୍ୟକ୍ତି ସରକାରୀ ବେତନଭୋଗୀ ଅଫିସର ହୋଥିଲେ ମଧ୍ୟ ସେ ଲାଭାଂଶରୁ ପାରିଶ୍ରମିକ (ଅନରାରିୟମ୍) ନେଇପାରିବେ । ତେଣୁ ଏହା ବେଆଇନ ନୁହେଁ । ଏହା ଛଡ଼ା ବିଷ୍ଣୁପଦ ଚିକିତ୍ସା ଖର୍ଚ୍ଚ ବାବଦରେ ୯ଲକ୍ଷ ୪୬ ହଜାର ନୁହେଁ, ୩ଲକ୍ଷ ୨୭ ହଜାର ଟଙ୍କା ନେଇଥିଲେ । ତାହା ପୁଣି ସରକାରଙ୍କ ଅନୁମୋଦନକ୍ରମେ । ଏନେଇ ଅଭିଯୋଗ ହେବା ପରେ ସେ ଏହି ଅର୍ଥ ବ୍ୟଙ୍କକୁ ୨୦୨୧ ଜୁନ୍ ୨୫ ତାରିଖରେ ଫେରସ୍ତ ଦେଇଛନ୍ତି । ତେବେ ଏହି ଚିକିତ୍ସା ଖର୍ଚ୍ଚ ନେବାକୁ ବିଷ୍ଣୁପଦ ଆଇନତଃ ହକ୍ଦାର ହୋଇଥିବାରୁ ପୁନଶ୍ଚ ଏହି ଅର୍ଥ ତାଙ୍କୁ ଫେରାଇ ଦେବାକୁ ଲୋକାୟୁକ୍ତ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ଓମଫେଡ୍ ପଲି ଫିଲ୍ମ ପାଉଚ ଦୁର୍ନୀତି ଅଭିଯାଗ ମାମଲାରେ ଲୋକାୟୁକ୍ତ ବିଷ୍ଣୁପଦଙ୍କୁ କ୍ଲିନ୍ଚିଟ୍ ଦେଇସାରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.