ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିସ୍ଫୋରଣ ହୋଇଛି। ଏଥିରେ ଘରର କାନ୍ଥ ଭାଙ୍ଗି ଛିନ୍ଛତ୍ର ହୋଇପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଏହି ବିସ୍ଫୋରଣ ହୋଇଛି।
ସୂଚନା ଅନୁସାରେ, ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ବିସ୍ଫୋରଣ ହେବା ଫଳରେ ଉପର ମହଲାର କାନ୍ଥ ଭାଙ୍ଗି ଯାଇଛି। କାଳିଚରଣଙ୍କ ଘରର ଉପର ମହଲାରେ ଜଣେ ମାର୍ବଲ ମିସ୍ତ୍ରୀ ଭଡ଼ାରେ ରହୁଥିଲେ। ତାଙ୍କ ନାଁ ଶ୍ରୀଧର ମହାନ୍ତି। ବିସ୍ଫୋରଣ ପରଠୁ ତାଙ୍କର କୌଣସି ପତ୍ତା ମିଳୁନି।
ଅନ୍ୟପକ୍ଷରେ ମଝି ମହଲାରେ ଭଡ଼ାରେ ରହୁଥିବା ବିହାରର ସୁମିତ ନାମକ ଜଣେ ବ୍ୟକ୍ତି, ଯାହାଙ୍କର କିଛି ଖୋଜଖବର ମିଳି ନାହିଁ। ବିସ୍ଫୋରଣ ସମୟରେ ସେ ଘରେ ଥିଲେ କି ନାହିଁ ସେ ସମ୍ପର୍କରେ ମଧ୍ୟ ସଠିକ୍ ସୂଚନା ମିଳିପାରି ନାହିଁ। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
Comments are closed, but trackbacks and pingbacks are open.