ମୁଜାଫରପୁର: ବିହାରର ମୁଜାଫରପୁର ସହରରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) । ଏହା କବଳରେ ପଡ଼ି ଶୁକ୍ରବାର ସୁଦ୍ଧା ୭୧ ଶିଶୁଙ୍କ ଜୀବନ ଗଲାଣି । ଗୁରୁବାର ସନ୍ଧ୍ୟା ପରଠାରୁ ଆଜିଯାଏ ୯ ଜଣ ଶିଶୁ ଆଖି ବୁଜିସାରିଲେଣି ।
ଦୁଇଦିନ ମଧ୍ୟରେ ସହରର ଶ୍ରୀ କିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍କେଏମ୍ସିଏଚ୍)ରେ ୬ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ କେଜ୍ରିୱାଲ ମତ୍ରୀ ସଦନ (କେଏମ୍ଏସ୍)ରେ ଏଇଏସ୍ ଯୋଗୁ ୩ ଜଣ ଶେଷନିଃଶ୍ୱାସ ଛାଡ଼ିଛନ୍ତି । ଏହି ଦୁଇଟି ହସ୍ପିଟାଲରେ ପୁଣି ଏଇଏସ୍ ସଂକ୍ରମିତ ୧୬ ନୂଆ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ଏସ୍କେଏମ୍ସିଏଚ୍ରେ ଏବେ ମୋଟ ୬୮ ରୋଗୀ ଚିକିତ୍ସ ିତ ହେଉଥିବା ବେଳେ କେଏମ୍ଏସ୍ରେ ୧୬ ଜଣ ଚିିକିତ୍ସ ିତ ହେଉଛନ୍ତି । ଏଇଏସ୍ରେ ପୀଡ଼ିତ ଶିଶୁଙ୍କଠାରେ ଅତ୍ୟଧିକ ଜ୍ୱର ଓ ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଛି ।
ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଦୁଇଟି ହସ୍ପିଟାଲ ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହି ଗସ୍ତ ବେଳେ ମନ୍ତ୍ରୀ ପାଣ୍ଡେ ଏସ୍ଏକେଏମ୍ସିଏଚ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ସୁନୀଲ କୁମାର ସାହିଙ୍କୁ ଭେଟି ପୀଡ଼ିତ ଶିଶୁମାନଙ୍କୁ ଉନ୍ନତ ମାନର ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଏଇଏସ୍ ବ୍ୟାପିଥିବା ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି । ହସ୍ପିଟାଲ ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି, ଜଣେ ପ୍ରଫେସର, ୩ ଆସୋସିଏଟ୍ ପ୍ରଫେସର, ୪ ଆସିଷ୍ଟାଣ୍ଟ ପ୍ରଫେସର, ୯ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଏବଂ ୧୫ କନିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଦିନରାତି କାମ କରି ପୀଡ଼ିତ ଶିଶୁଙ୍କ ଚିକିତ୍ସା କରୁଛନ୍ତି ।
Comments are closed, but trackbacks and pingbacks are open.