ଗୋପ,(ବି.ବି.ନୁ୍ୟଜ୍): ପରିବାରର ପ୍ରବଳ ବିରୋଧ ସତ୍ତେ୍ୱ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି । ଏହି ଜବରଦଖଲ ସମୟରେ ଗୃହକର୍ତ୍ତା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ତେବେ ପୁଲିସ ତାଙ୍କୁ କାବୁ କରିବା ସହ ପରିବାରକୁ ଉଠାଇ ନେଇଥିଲା । ନାଗପୁର-ନୟାହାଟ ରାସ୍ତାର ଭଇରିପୁର ସ୍କୁଲ ନିକଟରେ ବୃନ୍ଦାବନ ସାହୁ ଦୀର୍ଘ ୪୦ ବର୍ଷ ଧରି ଘର କରି ରହୁଥିଲେ । ଏହି ରାସ୍ତାରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ବୃନ୍ଦାବନଙ୍କ ଘର ବାଧକ ସାଜିଥିଲା । ଏ ନେଇ ବିଭିନ୍ନ ସମୟରେ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଘର ଭାଙ୍ଗିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଥିଲା । ଘର ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଏ ନେଇ ବୃନ୍ଦାବନ ଜିଲ୍ଲାପାଳଙ୍କ ସମେତ ବରିÂ ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ ।
ମଙ୍ଗଳବାର ଗୋପ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ, ରାଜସ୍ୱ ନିରୀକ୍ଷକ, ପୂର୍ତ୍ତ ବିଭାଗ କନିÂ ଯନ୍ତ୍ରୀ ନବଘନ ବେହେରା ପୁଲିସ୍ ଫୋର୍ସ ସହ ଉଚ୍ଛେଦ ପାଇଁ ଘଟଣାସ୍ଥଳରେ ପହଞ୍ଚô ଥିଲେ । ଏହି ସମୟରେ ହଠାତ୍ ବୃନ୍ଦାବନ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେବେ ପୁଲିସ ତାଙ୍କୁ କାବୁ କରି ନେଇଥିଲା । ପରେ ବୃନ୍ଦାବନଙ୍କ ପୁଅ ବିଶ୍ୱଜିତ୍ ସାହୁ, ପନôୀ ଶାନ୍ତିଲତା ସାହୁ, ନାବାଳିକା ଝିଅ, ବୋହୂ ସମେତ ତିନି ବର୍ଷର ଶିଶୁକୁ ପୁଲିସ ଉଠାଇ ନେଇଥିଲା । ଏହା ପରେ ଉଚ୍ଛେଦ ଆରମ୍ଭ କରିଥିଲା । ଉଚ୍ଛେଦ ସମୟରେ ଘର ଆସବାବପତ୍ର ସମେତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ଅନୁକମ୍ପା ଦେଖାଇ ନଥିଲା । ସରକାରୀ ଜାଗାରେ ଅନେକ ବ୍ୟକ୍ତି ଘର କରି ରହୁଥିବାବେଳେ ପ୍ରଶାସନ କେବଳ ବ୍ରିଜ୍ କାମ ଲାଗି ମୋ ଘରକୁ ଉଚ୍ଛେଦ କରିଛି ଓ ଅନ୍ୟମାନଙ୍କୁ ଛାଡ଼ି ଦେଇଛି ବୋଲି ବୃନ୍ଦାବନ ଅଭିଯୋଗ କରିଛନ୍ତି ।
ପୁଲିସ ବୃନ୍ଦାବନଙ୍କ ପରିବାରକୁ ଘଟଣାସ୍ଥଳରୁ ଉଠାଇ ନେଇଥିବାବେଳେ ଅପରାହ୍ଣରେ ଛାଡ଼ି ଦେଇଥିଲା । ବୃନ୍ଦାବନ ଘରେ ପହଞ୍ଚô କ୍ଷତି ହୋଇଥିବା ଜିନିଷ ଦେଖି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ଏ ସମ୍ପର୍କରେ ଗୋପ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ପଚାରିବାରେ ସରକାରୀ ନିୟମ ଅନୁଯାୟୀ ଉଚ୍ଛେଦ କରାଯାଇଛି ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.