ବୀର ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମ୍ବାଦିକ ଓ ସ୍ୱଚ୍ଛାସେବୀଙ୍କ କ୍ୟାଣ୍ଡେଲ ଶାଭାଯାତ୍ରା

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍୍): ସୀମାନ୍ତରେ ଚାଇନା ସହିତ ମୁହାଁମୁହିଁ ହୋଇ ଭାରତ ମାତାର ୨୦ ଜଣ ବୀର ପୁତ୍ର ସହିଦ ହେଲେ । ସେହି ୨୦ ଜଣ ବୀର ସହିଦମାନଙ୍କ ଉଦେ୍ଧଶ୍ୟରେ ଆଜି ତାଳଚେର ସାମ୍ବାଦିକ ବନ୍ଧୁମାନେ ଏକତ୍ରିତ ହୋଇ ବୀର ଯବାନଙ୍କ ଆତ୍ମାର ସଦ୍ଗତି ପାଇଁ କ୍ୟାଣ୍ଡେଲ ଶୋଭଯାତ୍ରା କରିଥିଲେ ।

ଏହି ଶୋଭାଯାତ୍ରା ଚିତ୍ରକୁଟ ମନ୍ଦିରରୁ ଆରମ୍ଭ ହୋଇ ତାଳଚେର ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ବହୁ ବରିÂ ସାମ୍ବାଦିକ ଓ ସମାଜ ସେବୀ ଯୋଗ ଦେଇ ବୀର ଯବାନମାନଙ୍କୁ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେହିପରି ତାଳଚେର ତାଳବେଡ଼ା ମା କାମନା କାଳୀ ମନ୍ଦିର ଠାରେ ସମାଜସେବୀ ଚିନ୍ମୟୀ ଦାସ, ପୁଷ୍ପଲତା ପ୍ରଧାନ, ସାଗର ପ୍ରଧାନ ଓ ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋÂୀର ମହିଳାମାନେ କ୍ୟାଣ୍ଡେଲ ଜଳାଇ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons