ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ଡିଜିପି ଅଭୟ ଆସନ୍ତା ବୁଧବାର ସୁଦ୍ଧା ଦାୟିତ୍ୱ ନେବେ । ରାଜ୍ୟ ସରକାର ଗତ ମାସ ୨୦ ତାରିଖରେ ନୂଆ ଡିଜିପି ଭାବେ ୧୯୮୬ ବ୍ୟାଚ୍ ବରିÂ ଆଇପିଏସ୍ ଅଫିସ୍ର ଅଭୟଙ୍କ ନାମ ଘୋଷଣା କରିଥିଲେ । ସେ ଏବେ ଜାତୀୟ ପୁଲିସ୍ ଏକାଡେମୀରେ ନିଦେ୍ର୍ଧଶକ ଦାୟିତ୍ୱରେ ଅଛନ୍ତି । ସେ ଆସିବା ପର୍ଯ୍ୟନ୍ତ ଡ. ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ମୁତାବକ ନିଦେ୍ର୍ଧଶକ ପଦବିରୁ ଅବ୍ୟାହତି ପାଇଁ ଅଭୟଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳିସାରିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର (ପିଏମ୍ଓ)ଅନୁମୋଦନକୁ ଅପେକ୍ଷା କରାଯାଇଛି । ପିଏମ୍ଓରୁ ଆସନ୍ତା ଦୁଇ ଦିନ ମଧ୍ୟରେ ରିଲିଭ୍ ଅର୍ଡର ବାହାରିବା ପରେ ସେ ଓଡ଼ିଶା ଆସି ଦାୟିତ୍ୱ ଗ୍ରହଣ କରିବେ ।
ଅଭୟଙ୍କ ଜନ୍ମସ୍ଥାନ ବିହାରରେ । ସେ ଓଡ଼ିଶାର କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ୍ ବ୍ରାଞ୍ଚରେ ଦୀର୍ଘ ଦିନ କାମ କରିଛନ୍ତି । ମାଓ ନିପାତ କ୍ଷେତ୍ରରେ ତାଙ୍କର ଢେର ଅଭିଜ୍ଞତା ରହିଛି । ତା’ଛଡା ବି ପି ଆର.ଆଣ୍ଡ.ଡିର ନିଦେ୍ର୍ଧଶକ, ସିଆରପିଏଫ୍ ଏଡିଜି, ଆଣ୍ଟି କରପସନ୍ ବ୍ରାଞ୍ଚ, ବ୍ୟାଙ୍କ ଫ୍ରଡ୍ ସିକୁ୍ୟରିଟ୍ ସେଲ୍ ଡିଆଇଜି, ସିବିଆଇ ଏକାଡେମୀର ନିଦେ୍ର୍ଧଶକ ଭାବେ ସେ ଦୀର୍ଘ ଦିନ କାମ କରିଛନ୍ତି । ଅନ୍ୟ ପକ୍ଷରେ ଏନ୍ସିବି ଡିଜି ଭାବେ ୨୦୧୮ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ନିଶା କାରବାର ନେଇ ଜାତିସଂଘ ଅଧିବେଶନରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ମିଅାଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷ ଓ ଇଣ୍ଡୋନେସିଆ ଏଜେନ୍ସି ଆଲୋଚନାଚକ୍ରରେ ଭାରତୀୟ ପ୍ରତିନିଧିଙ୍କ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଅଭୟଙ୍କୁ ୨ ଥର ରାଷ୍ଟ୍ରପତି ପଦକ ମିଳିଛି ।
Comments are closed, but trackbacks and pingbacks are open.