ବୁମ୍ରାଙ୍କ ନିଆରା ରେକର୍ଡ଼

Get real time updates directly on you device, subscribe now.

ନର୍ଥ ସାଉଣ୍ଡ: ସଦ୍ୟ ସମାପ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍ ବୋଲର ଜସ୍ପ୍ରୀତ୍ ବୁମ୍ରା ନିଆରା ରେକର୍ଡ଼ର ଅଧିକାରୀ ହୋଇଛନ୍ତି । ତାଙ୍କ ନାମରେ ଅନେକ ରେକର୍ଡ଼ ଯୋଡ଼ି ହୋଇଯାଇଛି । ଭାରତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟ୍ରେ ସେ ସବୁଠୁ କମ୍ ରନ୍ ଦେଇ ୫ୱିକେଟ୍ ସଫଳତା ଲାଭ କରିଛନ୍ତି । ଇଣ୍ଡିଜ୍ ବିପକ୍ଷ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ବୁମ୍ରା ମାତ୍ର ୭ରନ୍ ବ୍ୟୟ କରି ୫ୱିକେଟ୍ ନେଇଥିଲେ । ବୁମ୍ରାଙ୍କ ପୂର୍ବରୁ ଭାରତର ଭେଟଙ୍କପତି ରାଜୁଙ୍କ ନାମରେ ସବୁଠୁ କମ୍ ରନ୍ ଦେଇ ୫ୱିକେଟ୍ ସଫଳତା ରେକର୍ଡ଼ ରହିଥିଲା । ସେ ୧୯୯୦ରେ ଚଣ୍ଡୀଗଡ଼ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧୨ରନ୍ ଦେଇ ୬ୱିକେଟ୍ ନେଇଥିଲେ । ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ରେକର୍ଡ଼ ୩୧୮ରନ୍ରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍ରେ ହୋଇଥିବା କିଛି ରେକର୍ଡ଼ ନିମ୍ନରେ ସ୍ଥାନିତ କରିଛୁ ।ଡ ପେସ୍ ତାରକା ବୁମ୍ରା ଭାରତୀୟ ବୋଲର ଭାବେ କୌଣସି ଟେଷ୍ଟରେ ସବୁଠୁ କମ୍ ରନ୍ ବ୍ୟୟ କରି ୫ୱିକେଟ୍ ସଫଳତା ପାଇଛନ୍ତି । ଇଣ୍ଡିଜ୍ ବିପକ୍ଷରେ ସେ ୭ରନ୍ ନେଇ ଏହି ସଫଳତା ପାଇଥିଲେ । ତାଙ୍କ ପୂର୍ବରୁ ଭେଙ୍କଟପତି ରାଜୁଙ୍କ ନାମରେ ଏହି ରେକର୍ଡ଼ ଥିଲା । ସେ ୧୯୯୦ରେ (ଚଣ୍ଡୀଗଡ଼) ଶ୍ରୀଲଙ୍କା ବିପକ୍ଷରେ ୧୨ରନ୍ରେ ୬ଟି ୱିକେଟ୍ ହାସଲ କରିଥିଲେ । ସେହିପରି ଭାରତୀୟ ସ୍ପିନର ହରଭଜନ ସିଂହ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫/୧୩ରନ୍ ସଫଳତା ପାଇଥିଲେ ।ଡ ବୁମ୍ରା ଟେଷ୍ଟ କ୍ୟାରିୟରରେ ଚତୁର୍ଥ ଥର ୫ୱିକେଟ୍ ସଫଳତା ପାଇଛନ୍ତି । ବିଦେଶ ଗସ୍ତରେ ସେ ଏହି କାରାନାମା କରିଛନ୍ତି । ସେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୫ ୱିକେଟ୍ ନେଇଥିଲେ । ପ୍ରଥମ ଭାରତୀୟ ଓ ଏସୀୟ ବୋଲର ଭାବେ ସେ ଏହି ୪ଦେଶ ବିପକ୍ଷରେ ୫ୱିକେଟ୍ ନେବାର ଗୌରବ ଲାଭ କରିଛନ୍ତି । ସମସ୍ତ ଦେଶ ବିପକ୍ଷରେ ସେ ପ୍ରଥମ ଗସ୍ତରେ ହିଁ ଏହି ମାଇଲଖୁଣ୍ଟ ଛୁଇଁଥିଲେ ।ଡ ଇଣ୍ଡିଜ୍ ବିପକ୍ଷରେ ଭାରତୀୟ ପେସ୍ ବିଭାଗ ଶ୍ରେଷ୍ଠ ବୋଲିଂ ଆଭରେଜ୍ (୧୦.୯୪) ହାସଲ କରିଥିଲେ । ଯାହାକି କୌଣସି ଟେଷ୍ଟରେ ଭାରତୀୟ ପେସ୍ ବୋଲରମାନେ ୫୦ଓଭରରୁ ଊଦ୍ଧ୍ୱର୍ ବୋଲିଂ କରି ଏହି ସଫଳତା ପାଇଛନ୍ତି । ପୂର୍ବରୁ ୧୯୮୬ରେ (ହେଡିଂଲେ) ଭାରତୀୟ ପେସ୍ ବିଭାଗର ଶ୍ରେଷ୍ଠ ବୋଲିଂ ଆଭରେଜ୍ ଥିଲା ୧୨.୭୬ । ସେହିପରି ଇଣ୍ଡିଜ ବିପକ୍ଷରେ ଭାରତୀୟ ପେସ୍ ବୋଲରମାନେ ଗୋଟିଏ ଟେଷ୍ଟରେ ଯୁଗ୍ମ ସର୍ବାଧିକ ୱିକେଟ୍ ରେକର୍ଡ଼ର (୧୮ୱିକେଟ୍) ଅଧିକାରୀ ହୋଇଥିଲେ । ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନ୍ରେ ବିଜୟ ହାସଲ କରିଥିଲା । ବିଦେଶ ଗସ୍ତରେ ଏହା ଭାରତର ସବୁଠୁ ବଡ଼ ବିଜୟ । ଏହା ପୂର୍ବରୁ ଭାରତର ବୃହତ ବିଜୟ ରେକର୍ଡ଼ ଥିଲା ୩୦୪ ରନ୍ । ୨୦୧୭ ଶ୍ରୀଲଙ୍କା ଗସ୍ତରେ ଦଳ ଏହି ସଫଳତା ପାଇଥିଲା । ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟ କ୍ରିକେଟ୍ରେ ୫ଟି ବୃହତ ବିଜୟ ରେକର୍ଡ଼ରୁ ୪ଟି ରେକର୍ଡ଼ ହାସଲ କରିଛି । କୋହଲି ଅଧିନାୟକ ଭାବେ ୨ଟି ରେକର୍ଡ଼ର ଅଧିକାରୀ ହୋଇଛନ୍ତି । ବିଦେଶ ଗସ୍ତରେ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ବିଜୟରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ଼ ଭଙ୍ଗ କରିଛନ୍ତି । କୋହଲି ୧୧ଟି ଟେଷ୍ଟରେ (୨୬ମ୍ୟାଚ୍) ବିଜୟୀ ହୋଇଥିବାବେଳେ ଗାଙ୍ଗୁଲି ୧୧ଟି (୨୮ଟିମ୍ୟାଚ୍) ଜିତିଥିଲେ । ସେହିପରି ସେ ଅଧିନାୟକ ଭାବେ ମହେନ୍ଦ୍ର ସିଂଙ୍କ ଟେଷ୍ଟ ବିଜୟ ରେକର୍ଡ଼ ଭଙ୍ଗ କରିଥିଲେ । କୋହଲିଙ୍କ ଅଧିନରେ ଭାରତ ୪୭ଟି ଟେଷ୍ଟରୁ ୨୭ଟିରେ ବିଜୟୀ ହୋଇଥିବାବେଳେ ଧୋନିଙ୍କ ଅଧିନରେ ୬୦ଟି ମ୍ୟାଚ୍ରୁ ୨୭ଟିରେ ବିଜୟ ଲାଭ କରିଥିଲା । ଇଣ୍ଡିଜ୍ ବିପକ୍ଷରେ ଅଜିଙ୍କ୍ୟ ରାହାଣେ କ୍ୟାରିୟରର ଦଶମ ଶତକ ପୂରଣ କରିଥିଲେ । ସେ ୨୯ଟି ଇନିଂସ୍ ପରେ ଶତକ ହାସଲରେ ସଫଳ ହୋଇଥିଲେ । ୨୦୧୭ ଅଗଷ୍ଟ ମାସ (କଲମ୍ବୋ) ଶ୍ରୀଲଙ୍କା ବିପକ୍ଷରେ ସେ ଶତକ ପୂରଣ କରିଥିଲେ । ଇଣ୍ଡିଜ ବିପକ୍ଷରେ ସେ ଦ୍ୱିତୀୟ ଶତକ ହାସଲ କରିଥିଲେ । ଭାରତୀୟ ଦଳ ବିପକ୍ଷରେ ଘରୋଇ ଇଣ୍ଡିଜ୍ ଟେଷ୍ଟ କ୍ରିକେଟ୍ରେ ସର୍ବନିମ୍ନ ଦଳଗତ ସ୍କୋର କରିଥିଲା । ଦ୍ୱିତୀୟ ଇନିଂସ୍ରେ ଦଳ ୧୦୦ରନ୍ରେ ଅଲଆଉଟ୍ ହେବା ସହ ୩୧୮ରେ ପରାଜିତ ହୋଇଥିଲା । ପୂର୍ବରୁ ଭାରତ ବିପକ୍ଷରେ ଇଣ୍ଡିଜ୍ର ସର୍ବନିମ୍ନ ଦଳଗତ ସ୍କୋର ଥିଲା ୧୦୩ରନ୍ । ଯାହାକି ଦଳ ୨୦୦୬ କିଙ୍ଗସଟନ୍ ଟେଷ୍ଟରେ ହାସଲ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons