ବୁର୍ଲା ଭୀମସାରରେ ପୁଣି ରାଗିଂ : କେନ୍ଦ୍ରୀୟ ରାଗିଂ ସେଲ୍‌ରେ ଅଭିଯୋଗ କଲେ ଛାତ୍ର

Get real time updates directly on you device, subscribe now.

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ରାଗିଂ ଅଭିଯୋଗ ହୋଇଛି । ଗତ ଅଗଷ୍ଟ ୧୯ ତାରିଖରେ ଘଟିଥିବା ରାଗିଂ ଭିଡିଓ ଭାଇରାଲ ହେବା ପରେ ହଇଚଇ ଖେଳି ଯାଇଥିଲା । ଆକ୍ସନକୁ ଆସିଥିଲେ ଭୀମସାର କୁଳପତି ।
ଏବେ ପୁଣି ଛାତ୍ରଙ୍କୁ ରାଗିଂ ନେଇ ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଗତ ଜୁଲାଇ ୨୯ରେ ଘଟିଥିଲା ଘଟଣା । ଦ୍ବିତୀୟ ବର୍ଷ ଛାତ୍ର ଓ ଚତୁର୍ଥ ବର୍ଷ ଛାତ୍ରଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିବା ଅଭିଯୋଗ ଆସିଛି । ଦିଲ୍ଲୀରେ ଥିବା କେନ୍ଦ୍ରୀୟ ରାଗିଂ ସେଲ୍ କୁ ଲିଖିତ ଅଭିଯୋଗ କରିଥିଲେ ରାଗିଂର ଶିକାର ହୋଇଥିବା ଦ୍ବିତୀୟ ବର୍ଷର ଛାତ୍ର । ତଦନ୍ତ କରି ରିପୋର୍ଟ ଦେବାକୁ ଡିନ୍ ଙ୍କୁ ଚିଠି ଆସିବା ପରେ ଘଟଣା ସାମ୍ନାକୁ ଆସିଛି । ତଦନ୍ତ ଲାଗି ପ୍ରଫେସର ବର୍ଷା ଟୁଡୁଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଛି ।
ଅଭିଯୋଗକାରୀ ଓ ପକ୍ଷଭୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତ କରି ଦିଲ୍ଲୀ କେନ୍ଦ୍ରୀୟ ରାଗିଂ ସେଲ୍ କୁ ରିପୋର୍ଟ ଦିଆଯିବ ବୋଲି ବୁର୍ଲା ଭୀମସାର ଡିନ୍ ପ୍ରଫେସର ବ୍ରଜ ମୋହନ ମିଶ୍ର ସୂଚନା ଦେଇଛନ୍ତି । ଭୀମସାରରେ ଯେ ନିୟମିତ ଭାବରେ ବାରମ୍ବାର ରାଗିଂ ଚାଲିଛି ତାହା ଏହି ଦୁଇଟି ଘଟଣାରୁ ବୁଝାପଡୁଛି ।
ତେବେ ସବୁଠୁ ବଡ କଥା, ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ଚେତୁନାହାନ୍ତି । ରାଗିଂ ରୋକିବାକୁ କୌଣସି ପଦକ୍ଷେପ କାହିଁକି ନିଆଯାଉନି । ନା ଏସବୁ ରାଗିଂ ଘଟଣାକୁ ହାଲୁକା ଭାବରେ ନେଉଛନ୍ତି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ । କେବଳ ଭିଡିଓ ଭାଇରାଲ୍ ହେଲେ ବା ଉଚ୍ଚସ୍ତରରୁ ଚାପ ପଡିଲେ ହିଁ ଆକ୍ସନକୁ ଆସୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons