‘ବୁଲବୁଲ’ ଲାଗି କୋଲକାତାରୁ ବନ୍ଦ ହେଲା ବିମାନ ସେବା

Get real time updates directly on you device, subscribe now.

କୋଲକାତା : ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଫଳରେ ସାରା ରାଜ୍ୟରେ ଝଡ ବତାସ ସାଙ୍ଗକୁ ବର୍ଷା ତାଣ୍ଡବ ରଚିଛି। ଏଣୁ କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ବିମାନ ସଞ୍ଚାଳନକୁ କର୍ତ୍ତୃପକ୍ଷ ଅଟକାଇ ଦେଇଛନ୍ତି। ଶନିବାର ସନ୍ଧ୍ୟା ୬ଟାରୁ ରବିବାର ସକାଳ ୬ ପର୍ୟ୍ୟନ୍ତ ବିମାନ ବନ୍ଦରକୁ କୌଣସି ବିମାନ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ଏଣୁ କୋଲକାତା ଯାଉଥିବା ବିମାନଗୁଡିକର ଏବେ ଗନ୍ତବ୍ୟ ପରିବର୍ତ୍ତନ କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି ।
ପଶ୍ଚିମବଙ୍ଗରେ ଅପରାହ୍ନ ପରଠାରୁ ବାୟୁର ବେଗ ବଢିଥିବା ବେଳେ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୧୩୫ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ଅଗ୍ରୀମ ସତର୍କତା ଜାରି କରିଛନ୍ତି। ଏଣୁ ଶନିବାର ସନ୍ଧ୍ୟାରୁ ରବିବାର ସକାଳ ପର୍ୟ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଆଶଙ୍କା କରାଯାଉଥିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଜରୁରୀକାଳୀନ ପଦକ୍ଷେପ ନେଇଛନ୍ତି। ତେବେ ପୂର୍ବ ଭାରତର ବ୍ୟସ୍ତତମ ବିମାନ ବନ୍ଦର ଭାବେ ଜଣାସୁଣା କୋଲକାତା ବିମାନ ବନ୍ଦର ସଞ୍ଚାଳନ ବନ୍ଦ ରହିବା ଯୋଗୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ରାଜ୍ୟରେ ବାତ୍ୟା ସତର୍କତା ଜାରୀ କରାଯାଇଛି। ଏଣୁ ସମ୍ବେଦନଶୀଳ ଅଞ୍ଚଳରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ଲାଗି ସରକାର ପୂର୍ବରୁ ସତର୍କ କରାଇଛନ୍ତି। ବାତ୍ୟା ଓ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଥିବାରୁ ରାଜ୍ୟ ପ୍ରାକୃତିକ ବିପର୍ୟ୍ୟୟ ପ୍ରସମନ କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ବାତ୍ୟା ବେଳେ ଲୋକଙ୍କୁ ଘରୁ ପଦାକୁ ନ ବାହାରିବା ଲାଗି କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons