ବୁଲା ଜୀବଜନ୍ତୁଙ୍କ ଲାଗି ନବୀନ ସରକାରଙ୍କ କରୋନା ସହାୟତା

Get real time updates directly on you device, subscribe now.

ଭୁବନେଶ୍ୱର: କରୋନା ଜନିତ ଲକ୍ ଡାଉନ୍‌ରେ ବୁଲା ଜୀବନଜନ୍ତୁ ଖାଦ୍ୟାଭାବ ଜନିତ ଗୁରୁତର ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଣୁ ରାଜ୍ୟ ସରକାର ସୋମବାର ୫୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ଏଭଳି ଜୀବ ଜନ୍ତୁଙ୍କୁ ଆହାର ଯୋଗାଇ ଦେବାକୁ ଏହି ଅର୍ଥ ବ୍ୟୟ ହେବ।
ସରକାର ସହରାଞ୍ଚଳମାନଙ୍କରେ ୧୮ ଦିନ ପର୍ୟ୍ୟନ୍ତ ବୁଲା ଜୀବ ଜନ୍ତୁଙ୍କ ଖାଦ୍ୟ ବାବଦକୁ ନଗରନିଗମମାନକୁ ଏହି ଅର୍ଥ ପ୍ରଦାନ କରିବେ। ଏଥିରେ ନଗର ନିଗମମାନେ ରାସ୍ତାଘାଟରେ ଉନ୍ମୁକ୍ତ ବୁଲୁଥିବା କୁକୁର, ବିଲେଇ, ଗୋରୁ ଓ ଷଣ୍ଢ ଆଦିଙ୍କୁ ପ୍ରତ୍ୟହ ଖାଦ୍ୟ ଯୋଗାଇ ଦେବେ। ଏଥିଲାଗି ଭୁବନେଶ୍ୱର ନଗର ନିଗମକୁ ୧୮ ଦିନ ଲାଗି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।
ସେହିପରି କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ନଗର ନିଗମ ନିମନ୍ତେ ମଧ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ୧୮ ଦିନ ଲାଗି ଏହି ସବୁ ନଗରନିଗମଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି. ଏଥିରେ ପଶୁଙ୍କୁ ନଗର ନିଗମ ମାନେ ଖାଦ୍ୟ, ପାନୀୟ ଓ ଆଶ୍ରୟ ଯୋଗାଇଦେବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons