
କୋରାପୁଟ,(ସତ୍ୟ ନାରାୟଣଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲାରେ କୋଭିଡ଼ ଟିକାକରଣ ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ଆଜିଠାରୁ ଏକ ସଚେନତା ରଥ ଗଡିଛଇ । ସଂସ୍କୃତି,ସୂଚନା ଓ ଲୋକସମ୍ପର୍କ ବିଭାଗ, ୟୁନିସେଫ ଓ ଚାଇଲ୍ଡ ଫଣ୍ଡ ସହାୟତାରେ ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ସୂଚନା ଦିଆଯାଇଛି । ଜିଲ୍ଲାପାଳ ସବୁଜପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । କୋଭିଡ଼ ଟିକା ପ୍ରଦାନରେ ରାଜ୍ୟର ଏହା ଏକ ଅଗ୍ରଣୀ ଜିଲ୍ଲା । ଏବେ ୪୫ରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ସରକାର ଟିକା କରଣ ବ୍ୟବସ୍ଥା କରିଛନ୍ତି । ଟିକା ନେଇ କାହା ମନରେ କିଛି ସନେ୍ଦହ ରହିଥିଲେ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତାହାକୁ ଦୂର କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆୟୋଜିତ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦେବେନକୁମାର ପ୍ରଧାନ, ଡ଼ିଆରଡ଼ିଏ ପିଡ଼ି ପ୍ରବୀରକୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.