
ବିଷମକଟକ,(ବି.ବି.ନୁ୍ୟଜ): ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ଓପିଲିପିର ମିଳିତ ଉଦ୍ୟମରେ ନିୟମଗିରିରେ ଆରମ୍ଭ ହୋଇଛି କରୋନା ସଚେତନତା କାର୍ଯ୍ୟକ୍ରମ । ସେଠାରେ ବସବାସ କରୁଥିବା ଡଙ୍ଗରିଆଙ୍କୁ ସଚେତନ କରିବା ଲାଗି ବାହାର କରାଯାଇଛି ସଚେତନତା ରଥ । ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ, କୁର୍ଲୀ ସରପଞ୍ଚ ଡ୍ରିଞ୍ଜ ଜାକାସିକା ଏହାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।
ନିୟମଗିରି ଅଞ୍ଚଳରେ କରୋନା କାୟା ମେଲାଉଥିବାରୁ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସବୁବେଳେ ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ସାବୁନ୍ରେ ଧୋଇବା, ଜନଗହଳି ସ୍ଥାନକୁ ନଯିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାବଦରେ ସଚେତନ କରାଯାଇଛି । ଏହି ବାର୍ତ୍ତା ନେଇ ନିୟମଗିରିର ପ୍ରତି ଗାଁରେ ରଥ ପରିକ୍ରମା କରିବ । ମହାମାରୀର ଦ୍ୱିତୀୟ ଲହରୀ ଗ୍ରାମାଞ୍ଚଳରେ ବିଶେଷ ପ୍ରଭାବ ପକାଉଥିବାରୁ ରାଜ୍ୟ ସରକାର ଏଥିପ୍ରତି ଆଗୁଆ ଏସ୍ଓପି ପାଳନ ଲାଗି ଗୁରୁତ୍ୱ ଦେଇଛନ୍ତି । ସମସ୍ତେ ସଚେତନ ରହିଲେ କରୋନାକୁ ହରାଇ ପାରିବା ବୋଲି ଅଧିକାରୀମାନେ ପରାମର୍ଶ ଦେଇଛନ୍ତି । ଏହି ରଥ ସ୍ଥାନୀୟ କୁଇ ଭାଷାରେ ଗାଁ ଗାଁ ବୁଲି ସଚେତନ କରିବ । ଏଥିସହିତ ଗୋÂୀ ସମ୍ବଳ ବ୍ୟକ୍ତି, ସ୍ଥାନୀୟ ବାରିକମାନଙ୍କ ମାଧ୍ୟମରେ ମଧ୍ୟ ପ୍ରତି ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢି କହିଛନ୍ତି । ତପନ ନାୟକ, ସତ୍ୟ ନନ୍ଦ, ଦେବଜ୍ୟୋତି ଜେନା, ସୂର୍ଯ୍ୟ ନାରାୟଣ ପାଢି, କ୍ଷୀରୋଦ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Comments are closed, but trackbacks and pingbacks are open.