ବୃକ୍ଷରୋପଣ କଥା ଭୁଲିଗଲା ପୂର୍ତ୍ତ ବିଭାଗ

Get real time updates directly on you device, subscribe now.

ଗୁଣପୁର: ସହରବାସୀଙ୍କ ବହୁଦିନର ଦାବିପରେ ନିର୍ମାଣ ହେଲା ଦୁଇଥାକିଆ ସୁନ୍ଦର ରାସ୍ତା । ସହରର ଡାକ୍ତରଖାନା ଛକରୁ କଲେଜ ଯାଏଁ ଲମ୍ବିଥିବା ଏହିରାସ୍ତା ପାଇଁ ଏବେ ଟ୍ରାଫିକ ସମସ୍ୟା ସୁଧୁରିଛି । ହେଲେ ରାସ୍ତା ନିର୍ମାଣରେ ଆଖିବୁଜା ଗଛକାଟି ବୃକ୍ଷ ରୋପଣ ପ୍ରସଙ୍ଗକୁ ସମସ୍ତେ ଭୁଲିଯାଇଥିଲେ । ଏଥିଯୋଗୁ ଏବେ ଅସହ୍ୟ ଗରମରେ ସହରବାସୀ ଛଟପଟ ହେଉଛନ୍ତି ।
ଗୁଣପୁରବାସୀଙ୍କ କହିବା ପ୍ରକାରେ ଏବେ ରାସ୍ତା ନିର୍ମାଣ ସରିଛି । ଠିକା କମ୍ପାନି ତାର ପ୍ରାପ୍ୟ ପାଇ ଚାଲିଗଲା । ଯନ୍ତ୍ରୀମାନେ ମଧ୍ୟ ସେମାନଙ୍କ ପିସିପାଇ ଅବସର ଗ୍ରହଣ କଲେ । ଏବେ ତତଲା ପବନ ଖାଉଛନ୍ତି ଲୋକେ । ରାସ୍ତା ନିର୍ମାଣ ବେଳେ ଆବଶ୍ୟକ ଥିବା ଓ ନଥିବା ଗଛ ମିଶାଇ ଶତାଧିକ ଗଛ କାଟିଥିଲା ପୂର୍ତ୍ତ ବିଭାଗ । ତ+ାଳୀନ ସହକାରୀ ଯନ୍ତ୍ରୀ ଉଦ୍ଧବ ପାଢି ରାସ୍ତା ନିର୍ମାଣ ପରେ ମଝିରେ ଗଛ ଲାଗିବ ବୋଲି ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ସେମିତି କିଛିବି ହେଲାନି । ଫଳରେ ସହରର ଏହି ମୁଖ୍ୟ ରାସ୍ତାରେ ଛାଇ ଟିକେ ମଧ୍ୟ ଦେଖିବାକୁ ମିଳୁନି । ସକାଳ ୬ଟାରୁ ଆରମ୍ଭ ହୋଇ ଯାଉଛି ଟାଣଖରା । ସକାଳ ୯ଟା ବେଳେ ବାହାରେ ବୁଲିଲେ ମଧ୍ୟାହ୍ନର ଅନୁଭବ ହେଉଛି । ପଥିକଙ୍କ ପାଇଁ ରାସ୍ତା କଡରେ ବିଶ୍ରାମ ନେବାକୁ ଗଛଛାଇ ଟିକକ ନାହିଁ । ଚଳିତବର୍ଷର ଗ୍ରୀଷ୍ମ ପ୍ରବାହ ସବୁ ବର୍ଷକୁ ଟପିଯାଇଛି । ସହର ପାଖାପାଖି ରହିଥିବା ଜଙ୍ଗଲ ପାହାଡ ସବୁ ସଫା ହୋଇଯିବା ସାଙ୍ଗକୁ ଦୁଇ ଥାକିଆ ରାସ୍ତା ନିର୍ମାଣ ପାଇଁ ଗଛକଟା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ମଧ୍ୟାହ୍ନ ବେଳକୁ ତାପମାତ୍ରା ୪୩ ଯାଏଁ ରହୁଛି । ଲକଡାଉନ୍ ପାଇଁ ଲୋକେ ଏବେ ୧୧ଟା ପରେ ଆଉ ବାହାରେ ଦେଖା ଯାଉ ନାହାନ୍ତି । ହେଲେ ଘରେ ଘନ ଘନ ବିଜୁଳି କଟ୍ ଓ ଲୋ ଭୋଲଟେଜ୍ ଆଉ ଏକ ସମସ୍ୟା ହୋଇ ଛିଡା ହୋଇଛି । ଅସହ୍ୟ ଗରମ୍ ସାଙ୍ଗକୁ ବିଦୁ୍ୟତ୍ ବିଭାଗର ଏହି ଦାଉ ଲୋକଙ୍କ ପାଇଁ କାଳ ହୋଇଛି । ପ୍ରତିଦିନ ୨୪ ଘଣ୍ଟାରେ ଅନୁ୍ୟନ ୨୦ ରୁ ୩୦ଥର ବିଜୁଳି କାଟ୍ ହେଉଛି । ଯେତେବେଳେ ବି ବିଜୁଳି ରହୁଛି ପୂରା ଲୋ ଭୋଲଟେଜ୍ । ଫେନ୍ ଘୂରିବା ମଧ୍ୟ କଷ୍ଟ ହେଉଛି । ଏସି ଚାଲିବା ତ ଦୂରେ ଥାଉ, କେତବେଳେ ବ୍ରେକ ଡାଉନ୍, କେତେବେଳେ ମେଣ୍ଟେନାନ୍ସ ତ ଆଉ କେତେବେଳେ ପାରଳାଖେମୁଣ୍ଡି ଲାଇନ ଦିଆହୋଇଛି । ମେନ୍ ଲାଇନ ଷ୍ଟେଣ୍ଡ ହେଉନାହିଁ ଭଳି ଉତ୍ତର ଶୁଣି ଶୁୁଣି ଲୋକେ ବିରକ୍ତ ହୋଇ ଗଲେଣି । ଚଳିତ ବର୍ଷ କାଳ ବୈଶାଖୀ ବିଶେଷ ଭାବେ ନଥିବା ସତ୍ତେ୍ୱ ମଧ୍ୟ ଏହି ସମସ୍ୟା ଲାଗି ରହୁଛି । ବିଦୁ୍ୟତ ବିଭାଗ କର୍ତ୍ତୃପକ୍ଷଙ୍କ କହିବା କଥାହେଲା ଆଖୁସିଙ୍ଗ ଗ୍ରୀଡରୁ ୩୩ କେଭି ବଦଳରେ ୨୮/୨୯ କେଭି ଲାଇନ ମିଳୁଛି । ଫଳରେ ଭୋଲଟେଜ୍ ୧୭୦/୮୦ ହୋଇଯାଉଥିବା ବିଭାଗ କହୁଛି । ବର୍ଷାଅଭାବରୁ ଆର୍ଥିଂ ସମସ୍ୟା ହେତୁ ଏଭଳି ହେଉଛି । ଲୋ-ଭୋଲଟେଜ୍ ପାଇଁ ସହରରେ ବିଭିନ୍ନ ସ୍ଥାନରେ ଫୁ୍ୟଜ୍ ହେବାରୁ ବାରମ୍ବାର ବିଜୁଳି କଟୁଛି ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons