ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

Get real time updates directly on you device, subscribe now.

ଆଗରପଡ଼ା,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧୀନ ରାଉତରାପୁର ଆମ୍ବ ତୋଟାରେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଛି । ସମ୍ପୃକ୍ତ ବୃଦ୍ଧ ଜଣକ ଆମ୍ବ ଗୋଟାଇବାକୁ ଆଜି ଭୋର ଯାଇଥିଲେ । ହାତୀ ତାଙ୍କୁ ମାରି ଏକ କଣ୍ଟାକୋଳି ବୁଦାକୁ ଫୋଫାଡ଼ି ଦେଇଥିବା ଜଣାପଡ଼ିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ନିକଟସ୍ଥ ମହାନ୍ତିପଡ଼ା ପଞ୍ଚାୟତର ପାଗଳୁ ବେହେରା (୭୭) ତଥା ନାଏବ ସରପଞ୍ଚଜଗନ୍ନାଥ ବେହେରାଙ୍କ ବାପା ।
ଆଗରପଡ଼ା ଥାନା ଅଞ୍ଚଳରେ ଦୀର୍ଘ ଦିନ ହେଲା ୨ଟି ଦନ୍ତା ହାତୀଙ୍କ ଉପଦ୍ରବ ଜାରି ରହିଛି । ଏନେଇ ବନ ବିଭାଗ ଅବଗତ ଥିଲେ ମଧ୍ୟ ହାତୀ ଘଉଡ଼ାଇବା ନେଇ କୌଣସି ଉଦ୍ୟମ କରୁନି । ଯେଉଁଥିପାଇଁ ଆଜି ଜଣକ ଜୀବନ ଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ରାଉତରାପୁର, ପାଟକନା ଓ ମହାନ୍ତିପଡ଼ାକୁ ଉକ୍ତ ହାତୀ ନିୟମିତ ଆସୁଛନ୍ତି । ସାଳନ୍ଦୀ ନଦୀ ପଠା ତଥା ଜଙ୍ଗଲିଆ ଅଞ୍ଚଳରେ ଏମାନେ ଘୂରି ବୁଲି ଫସଲ, ଫଳ ଆଦି ଖାଇବା ସହ ଘର ଭାଙ୍ଗି ନଷ୍ଟ କରୁଛନ୍ତି । ସ୍ଥାନୀୟ କର୍ମଚାରୀମାନଙ୍କ ନିକଟରେ ହାତୀ ଘଉଡ଼ାଇବା ପାଇଁ ଆନୁସଙ୍ଗିକ କୌଣସି ଯନ୍ତ୍ରପାତି ବ୍ୟବସ୍ଥା ନ ଥିବାରୁ କେବଳ ମଶାଲ ଜଳାଇ ଓ ଆତସବାଜି ଫୁଟାଇ ହାତୀଙ୍କୁ ଗାଁ ମଧ୍ୟକୁ ପ୍ରବେଶ କରାଇ ନ ଦେବା ଅସମ୍ଭବ ହୋଇପଡ଼ିଛି । ଆଜି ପାଗୁଳ ଭରୋ ଆମ୍ବ ଗୋଟାଇବାକୁ ଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜିବାକୁ ଯାଇଥିଲେ । ଆମ୍ବଗଛ ତଳେ ରକ୍ତଛିଟା ଏବଂ ପାରିପାଶ୍ୱର୍କ ଅବସ୍ଥା ଦେଖି ସନେ୍ଦହ ବଢିଥିଲା । ନିକଟରେ ଥିବା କଣ୍ଟା ବୁଦା ମୂଳରେ ତାଙ୍କ ମୃତ ଦେହ ପଡ଼ି ଥିବା ଦେଖିବାକୁ ମିଳିଥିଲା । କିଛି ଦୂରରେ ଏକ ଉତ୍ତ୍ୟକ୍ତ ହାତୀ ଚଳପ୍ରଚଚଳ କରୁଥିବାରୁ ହାତୀ ଆକ୍ରମଣରେ ସମ୍ପୃକ୍ତ ବୃଦ୍ଧଙ୍କ ଜୀବନ ଯାଇଥିବା କୁହାଯାଉଛି । ଏହି ଅଘଟଣ ପରେ ରେଞ୍ଜର ରଞ୍ଜିତ ମହାନ୍ତି, ଫରେଷ୍ଟର ବସନ୍ତ ମାଝୀ, ବନ୍ତ ଅତିରିକ୍ତ ତହସିଲଦାର ବିନୀତା କିସ୍କ,ୁ ଥାନାଧିକାରିଣୀ ସୁକାନ୍ତି କେରେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବା ସହ ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକ ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons