କାମାକ୍ଷାନଗର,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ଅମାନୁଷିକ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ସରପଞ୍ଚଙ୍କ ସ୍ୱାମୀ । ବୃଦ୍ଧଜଣକ ଗୁରୁତର ଅବସ୍ଥାରେ ମୃତୁ୍ୟ ସହ ସଂଗ୍ରାମ କରୁଥିବା ।ବେଳେ ମୁଖ୍ୟ ଅଭିଯୁକ୍ତ କିନ୍ତୁ ଖୁଲମଖୁଲା ବାହାରେ ବୁଲୁଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧଙ୍କ ପରିବାର ଲୋକେ । ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତର ବାଲିପଡ଼ା ଗାଁରେ ୬ ଦିନ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି ବସି ରହିଛି । ଏହାକୁ ନେଇ ଗାଁରେ ଅସନ୍ତୋଷ ଲାଗି ରହିଛି । ସୂଚନା ଅନୁଯାୟୀ , ସାମାନ୍ୟ କଥାକୁ କେନ୍ଦ୍ର କରି ଗ୍ରାମର ବୟୋଜ୍ୟୋÂ ବ୍ୟକ୍ତି କୈଳାସ ବେହେରାଙ୍କ ସହ ସରପଞ୍ଚଙ୍କ ସ୍ୱାମୀ ଶ୍ରୀଧର ଲେଙ୍କାଙ୍କର କିଛି ଦିନ ହେବ ମତାନ୍ତର ଲାଗି ରହିଥିଲା । ଏଥିରେ ଉତ୍ତେକ୍ତ ହୋଇ ପୂର୍ବ ଯୋଜନା ମୁତାବକ ଶ୍ରୀଧର ନିଜ ୨ ସହଯୋଗୀଙ୍କ ସହ ୬ ଦିନ ପୂର୍ବେ କୈଳାଭ୍କ ଘର ନିକଟରେ ପହଞ୍ଚିଥିଲେ । ସେଠାରୋ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଶ୍ରୀଧର ଓ ତାଙ୍କ ସହଯୋଗୀମାନେ କୈଳାସଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହାଦେଖି କୈଳାସଙ୍କ ପୁଅ ଅଜୟ ଓ ବୋହୂ ଭାଗ ବେହେରା ତାଙ୍କୁ ରକ୍ଷା କରିବାକୁ ଆସିବାରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହାପରେ ଧମକ ଚମକ ମଧ୍ୟ ଦେଇ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେି କାମାକ୍ଷାନଗର ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଚୁପ୍ ବସିଛି । ପୋଲିସ ଶ୍ରୀଧର ଲେଙ୍କାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିବା ।ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ତେବେ ଏନେଇ ମାଡ଼ ମାରିଥିବା ସରପଞ୍ଚଙ୍କ ସ୍ୱାମୀ ଶ୍ରୀଧର ଲେଙ୍କାର ପ୍ରକ୍ରିୟା ମିଳିପାରିନାହିଁ ।
Comments are closed, but trackbacks and pingbacks are open.