ମାଲକାନଗିରି,(ବି.ବି.ନୁ୍ୟଜ୍): ମାନବିକତା ପରିଚୟ ଦେଲେ ମହିଳା ସବଇନ୍ସପେକ୍ଟର ଶୁଭଶ୍ରୀ ନାୟକ । ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ରଖିଲେ । ସୂଚନା ଅନୁସାରେ, ବୃଦ୍ଧା ଜଣକ ମାଲକାନଗିରି ଥାନା ଏମଭି-୪୦ ଗାଁର ପଦା ମଣ୍ଡଳ(୮୦) । ପଦା ଭିକ ମାଗି ଚଳୁଥିଲେ । ଗତ ରବିବାର ପଦା ଶୁଭଶ୍ରୀଙ୍କ ନଜରକୁ ଆସିଥିଲେ । ଶୁଭଶ୍ରୀ ତାଙ୍କୁ ଉଦ୍ଧାର କରି ସଫାସୁତରା କରିବା ସହ ଖାଇବାକୁ ଦେଇଥିଲେ । ପରେ ସମାଜସେବୀ କେ.ଦେଶୀରାଜୁ ଆଚାରୀଙ୍କ ସହଯୋଗରେ ପଦାଙ୍କୁ ବ୍ଲକ କଲୋନିସ୍ଥିତ ସେତୁ ବୃଦ୍ଧାଶ୍ରମରେ ନେଇ ଛାଡିଥିଲେ । ପଦାଙ୍କ ଦେହ ଖରାପ ଥିବାରୁ ଆବଶ୍ୟକ ଔଷଧ ମଧ୍ୟ ଦେଇଥିଲେ । କେତେଜଣ ଯୁବକ ଏହାର ଭିଡିଓ ଭାଇରାଲ କରିବା ପରେ ଘଟଣା ପଦାକୁ ଆସିଛି । ଜିଲ୍ଲାବାସୀ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଅନେକ ଅସହାୟଙ୍କୁ ଶୁଭଶ୍ରୀ ସାହାଯ୍ୟ କରି ବେଶ୍ ପ୍ରଶଂସାର ପାତ୍ର ହୋଇଛନ୍ତି ।


Comments are closed, but trackbacks and pingbacks are open.