ବେଆଇନ୍‌ କଫ୍‌ ସିରପ୍‌ ଜବତ, ୪ ଗିରଫ

Get real time updates directly on you device, subscribe now.

ବରଗଡ଼: ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବେଆଇନ ଭାବେ କଫ୍ ସିରପ୍‌ ବିକ୍ରି ବୃଦ୍ଧି ପାଇଥିବା ବେଳେ ଆଜି ଜିଲ୍ଲାର ସୋହେଲା ପୋଲିସକୁ ମିଳିଛି ବଡ ସଫଳତା। ଏହି କଫ୍ ସିରପ୍ କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି । ଘଟଣା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସ ମେଡ଼ିସିନ ଦୋକାନର ମାଲିକ ସଂଗ୍ରାମ ସାହୁ ଯିଏ କି ମେଡ଼ିସିନ ହୋଲସେଲ୍ କରନ୍ତି, ସେ ଜାଲ ଜିଏସଟି ଓ ଜାଲ ଚାଲାଣ ଜରିଆରେ ମଧ୍ୟପ୍ରଦେଶର ଗ୍ୱ।ଲିୟରରୁ ସଇଁତଲାର ପ୍ରିୟା ମେଡ଼ିକାଲ ଷ୍ଟୋର ନାଁରେ ୧୩୨୦୦ ବୋତଲ କଫ ସିରପ୍‌ ସେଫ୍ ଏକ୍ସପ୍ରେସ କୋରିୟର ମାଧ୍ୟମରେ ମଗାଇଥିଲେ।
ଯାହା କି ସୋହେଲା ପୋଲିସ୍ ନାକା କରୁଥିବା ବେଳେ ହଲଦୀପାଲି ଛକ ନିକଟରେ ଧରା ପଡିଥିଲା। ଏହି ଘଟଣାରେ ଧରାପଡିଥିବା କଫ ସିରଫର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବିପୁଳ କଫ ସିରପ୍ ସମେତ ଗୋଟିଏ ପିକ୍ ଅପ୍ ଭେନ , ଜାଲ ଜି ଏସ ଟି ବିଲ,୨୦ ଲିଟର ଅପମିଶ୍ରିତ ସିରପ୍ ଥିବା ଜାର୍କିନ ଆଦି ଜବତ କରିଛି ସୋହେଲା ପୋଲିସ ।
ଏହି ଘଟଣାରେ ସୋହେଲା ପୋଲିସ ସମ୍ବଲପୁର ଜିଲ୍ଲା ତାଲପଦର ର ଗୁରୁ ମିର୍ଦ୍ଧା, ଶାସନର ଆକାଶ କୁମ୍ଭାର, ଦେହେରି ପାଲିର ଆଲୋକ ମହାରଣା ଏବଂ ବଲାଙ୍ଗୀର ଜିଲ୍ଲାର ଶଙ୍କର ଦେବ ଓରଫ ଦୀପକ ସେଠକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ତଥା ଶ୍ରୀ ନାରାୟଣ ଏଣ୍ଟରପ୍ରାଇଜେସର ମାଲିକ ଫେରାର ହୋଇଯାଇଥିବା କହିଛିନ୍ତି ଏସ ପି ପଦ୍ମିନୀ ସାହୁ । ସେଫ ଏକ୍ସପ୍ରେସ କୋରିଅର ସଂସ୍ଥାର କାର୍ୟ୍ୟକଳାପ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଥିବା କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons