ବେଆଇନ ଦାଦନ ଚାଲାଣକାରୀ ବସ୍ ଜବତ

Get real time updates directly on you device, subscribe now.

ସିନାପାଲି,(ବି.ବି.ନୁ୍ୟଜ): ନୂଆପଡା ଜିଲ୍ଲା ସିନାପାଲି ଥାନାଞ୍ଚଳରୁ ବେଆଇନ ଦାଦନ ଚାଲାଣ କରୁଥିବା ଏକ ଯାତ୍ରୀବାହୀ ବସ୍କୁ ଆଜି ପୁଲିସ ଜବତ କରିଛି । ୩୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହ ବସ୍ କର୍ମଚାରୀଙ୍କୁ ଅଟକ ରଖି ପୁଲିସ ଜେରା କରୁଛି । ଅଞ୍ଚଳର ବସ୍ରେ ଦାଦନ ଚାଲାଣ ହେଉଥିବା ନେଇଖବର ପ୍ରକାଶ ପାଇବ ପରେ ପୁଲିସ ପ୍ରଶାସନର ତପôରତା ପ୍ରକାଶ ପାଇଥିଲା ଏବଂ ତ୍ୱରିତ କାର୍ଯ୍ୟାନୁÂାନ ହୋଇଥିଲା ।
ପ୍ରକାଶ ଯେ କିଛିଦିନ ହେଲା ଦିନ ଦ୍ୱିପ୍ରହରରେ ଏକ ଯାତ୍ରୀବାହୀ ବସ (ଓଡି ୦୮ଏମ୍ ୦୬୭୫) ଯୋଗେ ଦାଦନ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ସିନାପାଲିରୁ ହାଇଦ୍ରାବାଦ ଏହି ବସ ନିୟମିତ ଯାତାୟତ କରୁଥିଲା । ସିନାପାଲିରୁ ବାହାରି ମାଲକାନଗିରି ଦେଇ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ୍, ହାଇଦ୍ରାବାଦରେ ପହଞ୍ଚେ । ଏହାର ସୁଯୋଗ ନେଇ ସିନାପାଲି ଅଂଚଳର ଦାଦନ ଶ୍ରମିକଙ୍କୁ ବସ ଯୋଗେ ହାଇଦ୍ରାବାଦ ନେବା ପାଇଁ ସର୍ଦ୍ଧାରମାନଙ୍କୁ ସୁବିଧା ହେଉଥିଲା । ସର୍ଦ୍ଧାରମାନେ ଦଲାଲ ଜରିଆରେ ସିନାପାଲି ଅଞ୍ଚଳର ଦାଦନ ଶ୍ରମିକଙ୍କୁ ମୋଟା ଅଙ୍କର ବଇନା ଦେଇ ଯୋଗାଡ କରୁଥିଲେ । ପରେ ଅଟୋ କିମ୍ବା ବୋଲରୋ ସାହାଯ୍ୟରେ ଶ୍ରମିକଙ୍କୁ ଆଣି ସିନାପାଲ-ହାତୀବନ୍ଧା ମୁଖ୍ୟରାସ୍ତା ପାଶ୍ୱର୍ ନିଛାଟିଆ ଜାଗା ମାନଙ୍କରେ ଲୁଚାଇ ରଖିଥାନ୍ତି । ଦିନ ତମାମ ସେହି ନିଛାଟିଆ ଜାଗାରେ ଦଳଦଳ ହୋଇ ଶ୍ରମିକ ଲୁଚିଛପି ବସ ଆସିବା କ୍ଷଣି ସେମାନଙ୍କୁ କାପସି ଛକ, ପେଟ୍ରୋଲପମ୍ପ, କଲେଜ ଛକ, ହସପିଟାଲ, ସରଧାପୁର ବାବାମଠ, ଘଣ୍ଟିଗୁଡା, ଚଲନା ଶିବମନ୍ଦିର, ହାତୀବନ୍ଧା ବ୍ରିଜ,ଭାଟି ଛକ, ବସଷ୍ଟାଣ୍ଡ,କଲେଜଛକ, ବିଜୁ ଏrପ୍ରେସ ରାସ୍ତା ପ୍ରଭୃତି ସ୍ଥାନଗୁଡ଼ିକରେ ହାଜର କରି ବସ୍ରେ ଚାଲାଣ କରାଯାଉଥିଲା । ଦିନ ଦ୍ୱିପ୍ରହରରେ ବେଆଇନ ଶ୍ରମିକ ଚାଲାଣ କରାଯାଉଥିଲେ ବି କାହାରି ନଜର ପଡୁନଥିବାରୁ ପ୍ରଶାସନ ସବୁ ଜାଣିଶୁଣି ଅଜଣା ହେଉଥିବା ଅଭିଯୋଗ ହେଉଥିଲା । ଏନେଇ ପୁଲିସ ପ୍ରଶାସନ ତପôରତା ଦେଖାଇ ଉକ୍ତ ବସ୍ ଉପରେ ଚଢ଼ଉ କରିଥିଲା । ସିନାପାଲି ଥାନାଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଚଢ଼ଉ କରି ହାତୀବନ୍ଧା ନିକଟ କେନ୍ଦୁପତ୍ର ଗୋଦାମ ଛକ ନିକଟରେ ବସ୍କୁ ଅଟକାଇଥିଲେ । ସେଥିରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୩୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ବସ୍ ଜବତ କରିବା ସହ କର୍ମଚାରୀଙ୍କୁ ଅଟକ ରଖି ଜେରା କରୁଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons