ବେଆଇନ ବାଲିଚାଲାଣ ରୋକ ଲଗେଇବାରେ ବିଫଳ ପ୍ରସାସନ

Get real time updates directly on you device, subscribe now.

ମୟୁରଭଞ୍ଜ, (ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ ଭାବେ ବାଲିଉତ୍ତୋଳନ ଚାଲିଛି। ଏହାକୁ ପ୍ରଶାସନ ରକ ଲଗାଇବାରେ ବିଫଳ ହେଉଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ନଦୀପଠା କ୍ଷୟ ହେବା ସହ ଧନଜୀବନ ପ୍ରତି ବିପଦଆଶଙ୍କାକୁ ନିଶ୍ଚିତ କରୁଛି। ଏପରି ଘଟଣା ଦେଖିବାକୁ ମିଳିଛି ସାରସକଣା ତହସିଲ ଅଧୀନ ରୁଗୁଡି ସାହି ବାଲି ଖାଦାନରେ। ଏଠାରୁ ଦିନରାତି JCB ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବା ସତ୍ତ୍ୱେ ରାଜସ୍ବ ବିଭାଗ ଘାଟରୁ ବାଲି ଉତ୍ତୋଳନ ପାଇଁ ସରକାରଙ୍କ ପକ୍ଷରୁ ଲିଜ୍ ଦିଆଯାଇଛି ବୋଲି ସାରସକଣା ତହସିଲଦାର କହିଥିବା ବେଳେ ବର୍ଷା ଦିନେ ନଦୀଗର୍ଭରୁ ବାଲି
ଉତ୍ତୋଳନ ପାଇଁ କୌଣସି ନିୟମ ନାହିଁ । ମାତ୍ର ନିୟମକୁ ଫୁ କରି ଫାଇଲ ତଳେଚାପି ସଲାସୁତୁରା କ୍ରମେ ବିଭିନ୍ନ ଖାଦାନରୁକିମ୍ୱା ପୋଲିସର ଦୃଷ୍ଟିକୁ ନ ଆସିବା ଘଟଣା ବେଶ ସନ୍ଦେହ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଉକ୍ତ JCB ଯୋଗେ ବାଲି ଉତ୍ତଳନ କରାଯାଉଥିବା ଘଟଣାକୁ ଆଖିବୁଜି ଦେଇ ନୀରବ ସମର୍ଥନ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବିଧାୟକ ସ୍ୱୟଂ ରାଜସ୍ବମନ୍ତ୍ରୀ କିନ୍ତୁ ଏହି ଜିଲ୍ଲାରୁ ଅଧିକ ଚୋରା ଚାଲାଣ ହେଉଥିବା ଘଟଣା କାହାକୁ ଅଛପା ନାହିଁ। ସେହିପରି ବାଲି ଉତ୍ତୋଳନ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ପରାମର୍ଶକୁ ମଧ୍ୟ ବେଖାତିର କରିଆସୁଛନ୍ତି ବିଭାଗୀୟ ଅଧିକାରୀମାନେ। ସରକାରୀ ଚାକିରୀ କରି ସରକାରଙ୍କୁ ଠକିବା ପଛରେ କଣ ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପଟେ କାହା ଇଙ୍ଗିତରେ ହାତବାନ୍ଧି ବସି କାହାର କୋଉ ସ୍ୱାର୍ଥ ପୂରଣ କରିବାକୁ ବାଲି ମାଫିଆଙ୍କ ବିରୋଧରେ ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନୀରବ ରହୁଛନ୍ତି, ତାକୁନେଇ ଯୋର ଧରିଛି ଚର୍ଚ୍ଚା। ଏସବୁକୁ ବାଦ ଦେଲେ ସମ୍ପୃକ୍ତ ଅଧିକାରୀମାନଙ୍କ ମାସିକ ଦରମା ଏବଂ ତାର ବିନିଯୋଗ ସହିତ ବିଭିନ୍ନ ଉପାୟରେ ଗଚ୍ଛିତ କରିଥିବା ବେଆଇନ ସମ୍ପତ୍ତିର ଯାଞ୍ଚ କରାଯାଇ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିନାହାଁନ୍ତି କାହିଁକି ବୋଲି ପ୍ରଶ୍ନ ଉଠୁଛି। ଯଦି ଏକ୍ଷେତ୍ରରେ ସରକାର ଆନ୍ତରିକତା ଦେଖାଉନାହାନ୍ତି, ତେବେ ନିରୀହ ଜନସାଧାରଣଙ୍କ ଉପରେ ବିଭିନ୍ନ ଆଳରେ ଟିକସ ବୋଝ ଲଦୁଛନ୍ତି କାହିଁକି ବୋଲି ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷେ ବେଆଇନ ବାଲି ଉତ୍ତୋଳନ ସାଙ୍ଗକୁ ହାଇଓ୍ବା ଭଳି ଭାରିଯାନରେ ଚାଲାଣ କରାଯାଉଥିବାରୁ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଉଛି । ଏଥିପ୍ରତି କାହାର ନଜର ନାହିଁ। ଏଭଳି ସ୍ଥିତିରେ ବେଆଇନ ବାଲି ଉତ୍ତଳନକୁ ବିରୋଧ କରି ଆଜି ସକାଳୁ ରୁଗୁଡିସାହିର ଗ୍ରାମବାସୀମାନେ ବାଲି ବଝେଇଥିବା ୬ ଟି ହାଇଓ୍ବା ଗାଡିକୁ ଅଟକ ରଖିଛନ୍ତି ।ରାଜସ୍ବ ବିଭାଗ ଏଥିପ୍ରତିଦୃଷ୍ଟି ଦେଇ ବାଲି ଚୋରା ଚାଲାଣକାରୀଙ୍କ
ବିରୋଧରେ ଦୃଢ଼କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବିକରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons