ବେଆଇନ ବାଲି ଚାଲାଣ: ୮ ଟ୍ରାକ୍ଟର ସହ ଗୋଟେ ଜେସିବି ଜବତ

Get real time updates directly on you device, subscribe now.

ଭଦ୍ରକ: ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଓ ଜେସିବି ଜବତ। ରାତି ସମୟରେ ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢ଼ାଉରେ ଏହି ଗାଡି ଗୁଡିକୁ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ଅଞ୍ଚଳରୁ ବ୍ୟାପକ ଭାବେ ଚୋରା ବାଲି ଚାଲାଣ ହୋଇଥାଏ।
ମୁଖ୍ୟତଃ ରାତି ସମୟରେ ଚୋରା ବାଲି ଚାଲାଣକାରୀ ସକ୍ରିୟ ହୋଇଥାନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ଓ ତହସିଲ କର୍ମଚାରୀଙ୍କ ମିଳିତ ଭାବେ ଧାମନଗର ବ୍ଲକର କଂକେଇଘାଟ ଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବାଲି ଚୋରା ଚାଲାଣରେ ବ୍ୟବହୃତ ଓ ଚୋରା ବାଲି ବୋଝେଇ ୮ ଟି ଟ୍ରାକ୍ଟର ସହ ଗୋଟିଏ ଜେସିବିକୁ ଜବତ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons