ବେଆଇନ ବାଲି ଡମ୍ପିଂ ୟାର୍ଡରେ ଚଢ଼ଉ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ତହିସଲର ଜାମଗୁଡା ବାଲି ସୈରାତ ନିକଟରେ ବେଆଇନ ଭାବେ ବାଲି ଡମ୍ପିଂ କରି ପାହାଡ଼ ପରି ଗଦା କରାଯାଇଥିଲା । ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିଦେ୍ର୍ଧଶରେ ନବରଙ୍ଗପୁର ତହିସଲଦାର ରବୀନ୍ଦ୍ର କୁମାର ରାଉତ, ସହକାରୀ ଥାନାଧିକାରୀ ପ୍ରମିଳା ବିଡିକା ପ୍ରମୁଖ ବାଲି ସୈରାତ ଉପରେ ଚଢଉ କରିଥିଲେ । ବେଆଇନ ଭାବେ ବାଲି ଡମ୍ପିଂ କରିଥିବା ଦୁଇଜଣ ଚୋରାଚାଲାଣକାରୀ ସ୍ୱରୂପ ନାଏକ, ମନ୍ମଥ ନାଏକ ଓ ଲକ୍ଷ୍ମଣ ହରିଜନଙ୍କୁ ନବରଙ୍ଗପୁର ଥାନାକୁ ଡକାଇ ଚେତାବନୀ ଦେଇଥିଲେ । ବେଆଇନ ବାଲି ଡମ୍ପିଂ କରିଥିବା ଅଭିଯୋଗରେ ସେମାନଙ୍କ ଠାରୁ ୩୪ ହଜାର ୧୨୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଚଢ଼ାଉରେ ଆରଆଇ ସନ୍ତୋଷ ମହାଙ୍କୁଡ଼, ସୁପରଭାଇଜର ଗଣେଶ ନାଏକ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons