ଖୋର୍ଦ୍ଧା: ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ମାଙ୍କଡାପଥର ଚୋରାଚାଲାଣକାରୀଙ୍କ ରାଜ୍ । ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚାଲାଣ ବେଳେ ୫ଟି ଗାଡି ଜବତ କଲା ବେଗୁନିଆ ପୋଲିସ । ଖୋର୍ଦ୍ଧା ଜିଲ୍ଲା ।
ଚୋରା ଚାଲାଣକାରୀ ମାନେ ବେଆଇନ ପଥର ଖଣି ଖୋଳି କୋଟିକୋଟି ଟଙ୍କା ର ରାଜସ୍ବ ଲୁଟୁଛନ୍ତି । ଏନେଇ ଆଜି ବେଗୁନିଆ ପୋଲିସ ପକ୍ଷରୁ ଚଢାଉ କରି ପାଞ୍ଚଟି ଗାଡି ଜବତ ହୋଇଛି। ଗୁରୁବାର ସକାଳେ ପୋଲିସ ପକ୍ଷରୁ ଚଢାଉ କରି ୫ ଗୋଟି ଗାଡିକୁ ମାଙ୍କଡା ପଥର ବୋଝେଇ ସମୟରେ ଜବତ କରାଯାଇଛି ।
ଜବତ ସମସ୍ତ ଗାଡି ବେଗୁନିଆ ଥାନାରେ ରହିଥିବା ବେଳେ ଏହି ଗାଡିଗୁଡିକ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣ କରୁଥିଲେ । ତେବେ ଏକା ସଙ୍ଗେ ୫ ଗୋଟି ଗାଡି ଜବତ ହେବା ପରେ ଏହାକୁ ନେଇ ମାଫିଆଙ୍କ ମଧ୍ୟରେ ଛନକା ପଶିଛି ।


Comments are closed, but trackbacks and pingbacks are open.