ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘ଓଡିÿଶା-ମୋ ପରିବାର’ର ସହଯୋଗରେ ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଓଡିÿଆ ଶ୍ରମିକଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ।
ବେଙ୍ଗାଲୁରୁର ଏକ ଏଲ୍ଇଡି ଫ୍ୟାକ୍ଟ୍ରିରେ କାମ କରୁଥିବା ଗଞ୍ଜାମ ଦିଗପହଣ୍ଡିର ପତଣ୍ଡା ଗ୍ରାମର ସିକା ସନାତନଙ୍କ ଗତ ୪ ତାରିଖରେ ଏକ ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା । ତାଙ୍କ ମୃତଦେହକୁ ଓଡିÿଶା ଫେରାଇ ଆଣିବାରେ ପରିବାର ଲୋକଙ୍କୁ ଅସୁବିଧା ହେଉଥିଲା । ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଏହି ଖବର ‘ମୋ ପରିବାର’ ଆବାହକ ଅରୁପ ପଟ୍ଟନାୟକଙ୍କୁ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରି ମୃତଦେହକୁ ଓଡିÿଶା ଆଣିବାର ସମସ୍ତ ବନେ୍ଦାବସ୍ତ କରିଥିଲେ । ଆଜି ଅପରାହ୍ଣ ୨ଟା ୨୦ରେ ମୃତଦେହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ବିମାନବନ୍ଦରରେ ସହଆବାହକ ତଥା ବିଧାୟକ ଅତନୁ ସବ୍ୟସଚୀ ନାୟକ, ସଦସ୍ୟ ଡେଜାଲିନ୍ ମହାପାତ୍ର ଓ ପରାମର୍ଶଦାତା ବିବେକାନନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ । ପରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଶରୀରକୁ ପତଣ୍ଡା ଗାଁକୁ ପଠାଯାଇଛି ।
Comments are closed, but trackbacks and pingbacks are open.